ଦେଖନ୍ତୁ ଭିଡ଼ିଓ: ସମସ୍ତଙ୍କ ସାମ୍ନାରେ ଦୀପିକାଙ୍କୁ ମାଡ଼ିବସି କିସ୍ କଲେ ଏହି ବ୍ୟକ୍ତି, ଭିଡ଼ିଓ ଭାଇରାଲ….

 

ନିଜର ଲୁକ୍ କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ଼ ସୁନ୍ଦରୀ ଦୀପିକା ପାଦୁକୋନ। ଏଥର କାନ୍ସ ଫେଷ୍ଟିଭାଲ ୨୦୨୨ରେ ଜୁରୀ ଭାବରେ ତାଙ୍କୁ ଦେଖିବାକୁ ମିଳିଥିବା ବେଳେ ପ୍ରଥମ ଦିନରେ ହିଁ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓଟିରେ ଦୀପିକାଙ୍କୁ ଜଣେ ବ୍ୟକ୍ତି ଜାବୁଡ଼ି ଧରିବା ସହିତ କିସ୍ କରୁଥିବା ଦେଖିବାକୁ ମିଳୁଛି।

କାନ୍ସ ଫେଷ୍ଟିଭାଲ ୨୦୨୨ରେ ଦୀପିକା ଏକ ନାଲି ରଙ୍ଗର ଡ୍ରେସ୍ ପିନ୍ଧି ଆସିଥିଲେ। ରେଡ଼ କାର୍ପେଟ ଉପରେ ଏହି ଡ୍ରେସରେ ଦୀପିକା ଅତି ସୁନ୍ଦର ଦେଖାଯାଉଥିଲେ। ତାଙ୍କ ଉପରୁ ଦେଖଣାହାରୀଙ୍କ ନଜ଼ର ହଟୁନଥିବା ବେଳେ ଦୀପିକା ଫୋଟୋ ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା। କିନ୍ତୁ, ହଠାତ ସେଠାକୁ ଜଣେ ବ୍ୟକ୍ତି ଆସି ତାଙ୍କୁ କୁଣ୍ଢାଇ ଧରି କିସ୍ କରିବା ପାଇଁ ପ୍ରୟାସ କରିଥିଲେ।

<a href=https://youtube.com/embed/3mSepRKC3wc?autoplay=1><img src=https://img.youtube.com/vi/3mSepRKC3wc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ବ୍ୟକ୍ତିଙ୍କର ଏଭଳି ବ୍ୟବହାରରେ ଦୀପିକା ପ୍ରଥମେ ଅସହଜ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା। ନିଜ ଅଣ୍ଟା ଉପରେ ବ୍ୟକ୍ତିଙ୍କ ହାତ ହଟାଇବା ପାଇଁ ସେ ଚେଷ୍ଟା କରିଥିଲେ। ଅବଶ୍ୟ କିଛି ସମୟ ପରେ ବ୍ୟକ୍ତିଙ୍କୁ ସେ ଚିନ୍ହିପାରିଥିଲେ। ପରେ ଦୀପିକା ତାଙ୍କୁ ଅଭିବାଦନ ଜଣାଉଥିବା ଦେଖିବାକୁ ମିଳିଥିଲା। ରେଡ଼ କାର୍ପେଟ ଉପରେ ନାଲି ଡ୍ରେସ୍ ଏବଂ ହୀରା ନେକ୍ଲେସ୍ ସହିତ ଦୀପିକା ଚମତ୍କାର ଦେଖାଯାଉଥିଲେ।