ମା ହେବାକୁ ଯାଉଛନ୍ତି କି ଅଭିନେତ୍ରୀ କ୍ୟାଟ୍ରିନା କୈଫ? ପ୍ରେଗନେନ୍ସିକୁ ନେଇ କ୍ୟାଟ୍ରିନା କହିଲେ ଏମିତି କଥା

 

ବଲିଉଡର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ବିବାହ ପରେ ହେଡଲାଇନରେ ରହିଛନ୍ତି।  ଯଦିଓ ଉଭୟ ଅଭିନେତା ନିଜ ନିଜ ଚଳଚ୍ଚିତ୍ର ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। କିନ୍ତୁ, ଏହି ସମୟରେ ଦମ୍ପତିଙ୍କ ସହ ଜଡିତ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଖବର ମୁତାବକ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଘରକୁ ଛୋଟ ଅତିଥି ଆସିବାକୁ ଯାଉଥିବା ଚର୍ଚ୍ଚା ହେଉଛି। କିଛି ଦିନ ତଳେ ମୁମ୍ବାଇ ବିମାନ ବନ୍ଦରରେ କ୍ୟାଟ୍ରିନା ଏକ ଢ଼ିଲା ସାଲୱାର-କୁର୍ତ୍ତା ପିନ୍ଧିଥିବାର ନଜର ଆସିଥିଲେ। ଏହି ଦୃଶ୍ୟରେ ତାଙ୍କ ପେଟ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଚିତ୍ର ଭାଇରାଲ ହେବାପରେ ତାଙ୍କ ଫ୍ୟାନ୍ସ ମାନେ କ୍ୟାଟ୍ରିନା ଗର୍ଭବତୀ ଥିବା ଦାବି କରିଥିଲେ।

ତେବେ ବର୍ତ୍ତମାନ ଏହି ଖବରର ସତ୍ୟତା ସାମ୍ନାକୁ ଆସିଛି।  କ୍ୟାଟ୍ରିନାଙ୍କ ଟିମ୍ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ କ୍ୟାଟ୍ରିନାଙ୍କ ଗର୍ଭବତୀ ହେବା ଖବରକୁ ଏକ ଗୁଜବ୍ ବୋଲି କୁହାଯାଇଛି। ଏଥିସହିତ କ୍ୟାଟ୍ରିନା ଗର୍ଭବତୀ ନୁହଁନ୍ତି ଏବଂ ଗଣମାଧ୍ୟମରେ ଆସୁଥିବା ଖବର ଭିତ୍ତିହୀନ ବୋଲି ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି।