ଦେଖନ୍ତୁ ଭିଡ଼ିଓ: ମଦ ପିଇ ବିବାହ ବେଦୀରେ ବସିବା ପଡିଲା ମହଙ୍ଗା, ମଣ୍ଡପ ଉପରେ ବରକୁ ଚାପୁଡ଼ା ମାରି ଚାଲିଲେ କନ୍ୟା

 

ଠିକ ସମୟରେ ବାଜା ବଜାଇ ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚିଗଲା ବର। ବିବାହର ସବୁ ପ୍ରସ୍ତୁତି ସାରିଥିଲା ସମସ୍ତେ ବେସ୍ ଖୁସି ଥିଲେ ଏପରିକି ମନ୍ତ୍ର ପାଠ ମଧ୍ୟ ସାରିଥିଲା। କିନ୍ତୁ, ଜୟମାଳା ପିନ୍ଧାଇବା ସମୟରେ ବରକୁ ଶକ୍ତ ଚାପୁଡ଼ା ଉପରେ ଚାପୁଡ଼ା ମାରି ଚାଲିଲା କନିଆଁ। ମଧ୍ୟପ ବରକୁ ଉଚିତ ଶିକ୍ଷା ଦେବାକୁ ଯାଇ ଯୁବତୀ ଜଣକ ଏପରି କରିଥିବା ବେଳେ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଘଟଣାଟି ଉତ୍ତରପ୍ରଦେଶର ହିମରପୁର ଗ୍ରାମରେ ଘଟିଯାଇଛି। ଜାଲୌନ ଜିଲ୍ଲା ସ୍ୱାସା ଗାଁରୁ ବରଯାତ୍ରୀ ଧରି ଏଠାକୁ ବିବାହ କରିବାକୁ ଆସିଥିଲେ ରବିକାନ୍ତ। କିନ୍ତୁ, ଆସିବା ସମୟରେ ସେ ମଦ ପିଇ ବିବାହ ବେଦୀକୁ ଆସିଥିଲେ। ପ୍ରଥମେ ତ କେହି ଜାଣି ପାରିଲେ ନାହିଁ କିନ୍ତୁ, ଜୟମାଳା ପିନ୍ଧାଇବା ସମୟରେ କନ୍ୟା ଏହା ଜାଣିପାରିଥିଲେ ଯେଉଁଥିପାଇଁ ସେ ବରକୁ ଚାପୁଡ଼ା ମାରି ସେଠାରୁ ଚାଲିଯାଇଥିଲେ। ଦେଖନ୍ତୁ ଭିଡ଼ିଓ:-

<a href=https://youtube.com/embed/Rg88Oy00MEA?autoplay=1><img src=https://img.youtube.com/vi/Rg88Oy00MEA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଏହି ଘଟଣା ପରେ ସେଠାରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲେ ହେଁ ପରେ ବରପକ୍ଷ ଲୋକେ ଘଟଣାସ୍ଥଳରୁ ଫେରି ଯାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଲୋକେ ଯୁବତୀଙ୍କର ମାଡ଼ ମାରିବାର ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ତେବେ, ଏହା ପୂର୍ବରୁ ମଧ୍ୟ ଏଭଳି କିଛି ଦୃଶ୍ୟ ସାମ୍ନାକୁ ଆସି ସାରିଛି ଯେଉଁଥିରେ ମଦ ପିଇଥିବା ହେତୁ ବିବାହ ମଣ୍ଡପରେ ବରକୁ ହଟହଟା ହେବାକୁ ପଡ଼ିଛି।