କ୍ୟାମେରା ସାମ୍ନାରେ କ୍ଷମା ମାଗିଲେ ଅନୁଭବ! କହିଲେ- ଶାରୀରିକ ସମ୍ବନ୍ଧ ରଖିବାକୁ ଡରୁଥିଲେ ବର୍ଷା, କାରଣ ସେ...

 

ବୈବାହିକ ଜୀବନ ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ପୁଣିଥରେ ମୁହଁ ଖୋଲିଛନ୍ତି ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ମାତ୍ର ଦୁଇ ଦିନ ତଳେ ଏକ ଭିଡ଼ିଓ ଯୋଗେ ଅନୁଭବ ନିଜର ଦୁଃଖ ବିଷୟରେ ଜଣାଇଥିବା ବେଳେ ଏଥର ତାଙ୍କର ଆଉ ଏକ ଭିଡ଼ିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଭିଡ଼ିଓରେ ଅନୁଭବ ଖୋଲାଖୋଲି ବର୍ଷାଙ୍କ ନାଁ ନେଉଥିବା ମଧ୍ୟ ଦେଖିବାକୁ ମିଳୁଛି।

ଭାଇରାଲ ହେଉଥିବା ଭିଡ଼ିଓରେ ଅନୁଭବ କହିଛନ୍ତି ଯେ ପ୍ରଥମରୁ ସେ ବର୍ଷାଙ୍କୁ ପ୍ରେମ କରୁଥିଲେ। କିନ୍ତୁ, ବିବାହ କରିବା ପାଇଁ ଉଭୟଙ୍କ ପରିବାର ରାଜି ହୋଇନଥିଲେ। ଏହା ସତ୍ତ୍ୱେ ୨୦୧୪ରେ ଉଭୟଙ୍କର ପ୍ରେମ ବିବାହ ହୋଇଥିଲା। ବିବାହ ପରଠାରୁ ଶାରୀରିକ ସମ୍ପର୍କ ରଖିବାକୁ ରାଜି ହେଉନଥିଲେ ବର୍ଷା। ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କୁ ଡର ଲାଗୁଥିବା ବର୍ଷା କହିବା ସହିତ ଏଥିପାଇଁ ମନା କରି ଦେଉଥିଲେ।

<a href=https://youtube.com/embed/3ZgZ6xd3BTA?autoplay=1><img src=https://img.youtube.com/vi/3ZgZ6xd3BTA/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଉଭୟେ ଗୋଟିଏ ଛାତ ତଳେ ଏକାଠି ଶୋଉଥିଲେ ହେଁ ଅନୁଭବଙ୍କୁ ସ୍ୱାମୀ ସୁଖଃରୁ ବଞ୍ଚିତ ରଖିଥିଲେ ବର୍ଷା। ଦୀର୍ଘ ୮ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ଅନୁଭବ ନିଜେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ନିଜେ ସ୍ୱୀକାର କରିଛନ୍ତି। ଅନୁଭବଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।