ଭଲ ପାଇ ବାହା ହେଇଥିଲେ ହେଲେ ସମ୍ପର୍କ ମଝିରେ ପ୍ରକୃତି ମିଶ୍ର, ଜାଣନ୍ତୁ କେମିତି ଲୁଚି ପିଲାଦିନର ବାନ୍ଧବି ତୃପ୍ତିଙ୍କୁ କୋର୍ଟ ମ୍ୟାରେଜ୍ କରିଥିଲେ ବାବୁସାନ୍

 

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ପାଇଁ ଓଲିଉଡ ଅଭିନେତା ବାବୁସାନ ଏବଂ ସ୍ତ୍ରୀ ତୃପ୍ତିଙ୍କ ମଧ୍ୟରେ ଦୂରତ୍ୱ ସୃଷ୍ଟି ହୋଇଛି। ଏପରିକି ତୃପ୍ତି ଏବଂ ପ୍ରକୃତିଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ବାବୁସାନଙ୍କ ଆଗାମୀ ଭବିଷ୍ୟତ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ, ପୂର୍ବରୁ ମଧ୍ୟ ବାବୁସାନ ଏବଂ ତୃପ୍ତି ଚର୍ଚ୍ଚାରେ ରହି ଆସିଛନ୍ତି। ଉଭୟେ ପ୍ରେମ ବିବାହ କରିଥିବାରୁ ସେହି ସମୟରେ ଏଥିନେଇ ଖୁବ ଚର୍ଚ୍ଚା ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବାବୁସାନ ଏବଂ ତୃପ୍ତି ଶତପଥୀ ଉଭୟେ ସ୍କୁଲ ବେଳର ସାଙ୍ଗ ଅଟନ୍ତି। ଉଭୟେ ଭଲ ସାଙ୍ଗ ହୋଇ ରହିଥିବା ବେଳେ ଏହି ସମ୍ପର୍କ ଆଗକୁ ଯାଇ ପ୍ରେମରେ ପରିଣତ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ତୃପ୍ତିଙ୍କ ପରିବାର ଲୋକେ ତାଙ୍କୁ ପୁଣେ ନିଜ ମାଉସୀଙ୍କ ପାଖକୁ ପଠାଇ ଦେଇଥିଲେ। ତେବେ, ସେମାନଙ୍କ ମଧ୍ୟରେ ଏତେ ନିବିଡ଼ ସମ୍ପର୍କ ଥିଲା ଯେ ବାବୁସାନ ତୃପ୍ତିଙ୍କୁ ଦେଖା କରିବା ପାଇଁ ପୁଣେ ଚାଲିଯାଉଥିଲେ।

୫ ବର୍ଷ କାଳ ରିଲେସନରେ ରହିବା ପରେ ଶେଷରେ ୨୦୧୪ ମସିହାରେ ବାବୁସାନଙ୍କୁ ଯେତେବେଳେ ମାତ୍ର ୨୩ ବର୍ଷ ବୟସ ହୋଇଥିଲା ସେ ତୃପ୍ତିଙ୍କୁ କୋର୍ଟ ମ୍ୟାରେଜ କରିଥିଲେ। ଏହାର ପ୍ରାୟ ୬ ମାସ ପରେ ଏକ ନାମୀ ହୋଟେଲରେ ଉଭୟଙ୍କର ରିସେପ୍ସନ୍ ଆୟୋଜିତ ହୋଇଥିଲା। ଏଥିରେ ଅନେକ ନାମୀ କଳାକାରଙ୍କ ସହିତ ଓଡ଼ିଶା ଏବଂ ରାଜ୍ୟ ବାହାରୁ ଅନେକ ଲୋକେ ଯୋଗ ଦେଇଥିଲେ। ସେହିପରି ବିବାହର ୭ ବର୍ଷ ପରେ ଅର୍ଥତ ୨୦୨୧ ମସିହାରେ ବାବୁସାନ ଏକ ପୁତ୍ର ସନ୍ତାନର ଜନକ ହୋଇଥିଲେ। ସବୁକିଛି ଠିକ ଚାଲିଥିବା ବେଳେ ପ୍ରକୃତି ମିଶ୍ରଙ୍କ ଏଣ୍ଟ୍ରି ସବୁକିଛି ବଦଳାଇ ଦେଲା ବୋଲି ତୃପ୍ତି ଅଭିଯୋଗ କରିଛନ୍ତି।