ଦେଖନ୍ତୁ ଭିଡ଼ିଓ: ଝିଅମାନଙ୍କ ଛୋଟ ଡ୍ରେସ୍ ପିନ୍ଧିବାକୁ ନେଇ ଏଭଳି ଏକଣ ମନ୍ତବ୍ୟ ଦେଇଦେଲେ ଅଭିନେତ୍ରୀ ଅର୍ଚ୍ଚିତା, ଜାଣନ୍ତୁ କଣ କହିଲେ
ମହିଳା ତଥା ଯୁବତୀ ମାନଙ୍କ ପୋଷାକ ପରିଧାନକୁ ନେଇ ବିଭିନ୍ନ ସମୟରେ ତର୍କ ବିତର୍କ ଲାଗି ରହିଥାଏ। ଝିଅଟିଏ କିପରି ପୋଷାକ ପରିଧାନ କରିବ ଏହାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରକାର ମନ୍ତବ୍ୟ ଦେଉଥିବା ବେଳେ କେହି କେହି ଛୋଟ ଛୋଟ ଡ୍ରେସ ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ବିରୋଧ କରିଥାନ୍ତି।
ତେବେ, ଏହାକୁ ନେଇ ମତ ରଖିଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା। ଗଣମାଧ୍ୟମ ସହିତ ହୋଇଥିବା ଏକ ସାକ୍ଷାତକାରରେ ଅର୍ଚ୍ଚିତା ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ ଝିଅଟିଏ କେଉଁଭଳି ଡ୍ରେସ୍ ପିନ୍ଧିବ ଏହା ତାର ନିଜସ୍ୱ ଇଚ୍ଛା ଉପରେ ନିର୍ଭର କରିଥାଏ। ଅଭିନେତ୍ରୀ ମାନଙ୍କ କ୍ଷେତ୍ରରେ ସୁଟିଂ ସମୟରେ ସେମାନେ କେଉଁ ଡ୍ରେସ୍ ପିନ୍ଧିବେ ତାହା ତାଙ୍କ ରୋଲ୍ ଉପରେ ନିର୍ଭର କରିଥାଏ।