କାହିଁକି ଅନୁଭବଙ୍କୁ ‘ଦାଦାଗିରି ସୋ’ ରୁ ହଟାଇ ସିଦ୍ଧାନ୍ତଙ୍କୁ ଉପସ୍ଥାପକ କଲା ଜୀ ସାର୍ଥକ? ଜାଣନ୍ତୁ କାରଣ

 

ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମନୋରଞ୍ଜନ ଭିତ୍ତିକ ରିଆଲିଟି ଶୋ "ଦାଦାଗିରି-ହୃଦୟରୁ"ରେ ଆସିଛି ବଡ଼ ପରିବର୍ତ୍ତନ। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଅନୁଭବ ମହାନ୍ତି ଉପସ୍ଥାପକ ଭାବରେ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କୁ ବଦଳାଇ ସିଦ୍ଧାନ୍ତ ମହାପାତ୍ରଙ୍କୁ ନୂଆ ଉପସ୍ଥାପକ ଭାବରେ ନିଯୁକ୍ତ କରାଯାଇଛି। ପ୍ରଯୋଜନା ସଂସ୍ଥା ଏହି ହଠାତ ଅନୁଭବଙ୍କୁ ଆଉଟ କରି ସିଦ୍ଧାନ୍ତଙ୍କୁ ନିଯୁକ୍ତ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ହଠାତ ଅନୁଭବଙ୍କୁ ଏହି ପଦରୁ ବାହାର କରାଯିବା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଗତବର୍ଷ ଅନୁଭବଙ୍କୁ ଉପସ୍ଥାପକ ଭାବରେ ଗ୍ରହଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏହା ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ଦେଇଥିଲା। ଏପରିକି ରଚନା ବାନାର୍ଜୀଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିଗତ ଦିନରେ ରାଜ୍ୟର ଶାସକ ଥିବା ବିଜେଡ଼ିର ପୋଷ୍ଟର ବୟ ସାଜିଥିଲେ ଅନୁଭବ। କିନ୍ତୁ, ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଅନୁଭବଙ୍କୁ ଏକ ଘରିଆ କରି ଦେଇଥିଲା ଦଳ। ଏହା ବ୍ୟତୀତ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ କଳହ ହେଉ ଅଥବା ସାମ୍ବାଦିକା ଜାଗ୍ରତୀ ଶୁକ୍ଳାଙ୍କ ସହିତ ସମ୍ପର୍କକୁ ନେଇ ଗୁଜବ ହେଉ ସବୁଥିପାଇଁ ବିବାଦୀୟ ହୋଇ ପଡିଛନ୍ତି ଅନୁଭବ। ହୁଏତ ଏହି କାରଣରୁ ଅନୁଭବଙ୍କୁ ରିଆଲିଟି ସୋରୁ ବାହାର କରି ଦିଆଯାଇଥିବା ଚର୍ଚ୍ଚା ହେଉଛି।