ନ୍ୟୁଡ଼ ଫୋଟୋସୁଟ୍ କୁ ନେଇ ରଣବୀରଙ୍କୁ ସମର୍ଥନ କଲେ ଆଲିଆ! କହିଲେ, "ତାଙ୍କ ବିରୁଦ୍ଧରେ କିଛି କହିଲେ….

 

କିଛିଦିନ ତଳେ ବଲିଉଡ଼ର ଅନ୍ୟତମ ସଫଳ ଅଭିନେତା ରଣବୀର ସିଂଙ୍କର ଏକ ନ୍ୟୁଡ଼ ଫୋଟୋ ସୁଟ୍ ସାମ୍ନାକୁ ଆସିଥିଲା। ସେ ଏକ ମାଗାଜିନ୍ ପାଇଁ ଏଭଳି ନ୍ୟୁଡ଼ ପୋଜ୍ ଦେଇଥିଲେ। ଏହି ଫୋଟୋ ଗୁଡିକ ଭାଇରାଲ ହେବାପରେ ଏହାକୁ ନେଇ ଲୋକେ ମଜାଳିଆ ମନ୍ତବ୍ୟ ଦେଉଛନ୍ତି। ତେବେ, କିଛି ଲୋକେ ଏହାକୁ ବିରୋଧ କରୁଥିବା ବେଳେ କେତେକ ସେଲିବ୍ରିଟି ଏଥିନେଇ ମୁହଁ ଖୋଲିଛନ୍ତି।

ଏହି ଘଟଣାରେ ସାଙ୍ଗ ତଥା କୋ-ଷ୍ଟାର ରଣବୀର ସିଂଙ୍କୁ ସମର୍ଥନ କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ। ନିଜର ଆଗାମୀ ଫିଲ୍ମ "ଡାର୍ଲିଂଙ୍ଗସ୍"ର ଟ୍ରେଲର୍ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଗଣମାଧ୍ୟମ ପ୍ରତିନିଥିମାନେ ତାଙ୍କୁ ଏହି ପ୍ରଶ୍ନ ପଚାରିଥିଲେ। ନିଜର ସାଙ୍ଗ ଏବଂ ପସନ୍ଦର କୋ-ଷ୍ଟାରଙ୍କ ବିରୁଦ୍ଧରେ ସେ ଏଭଳି କୌଣସି ପ୍ରଶ୍ନ ଶୁଣିବାକୁ ଚାହାଁନ୍ତିନାହିଁ ବୋଲି ସ୍ପଷ୍ଟ ଭାବରେ ଶୁଣାଇ ଦେଇଥିଲେ। <a href=https://youtube.com/embed/spRFirQ-oQQ?autoplay=1><img src=https://img.youtube.com/vi/spRFirQ-oQQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଆଲିଆ ଏବଂ ରଣବୀର ସିଂଙ୍କ ବନ୍ଧୁତ୍ୱ ବେସ୍ ମଝବୁତ୍ ଅଟେ। ଅନ୍ ସ୍କ୍ରିନ ଉଭୟଙ୍କ ଯୋଡି ହିଟ୍ ସାବ୍ୟସ୍ତ ହେଉଥିବା ବେଳେ ରିଅଲ୍ ଲାଇଫରେ ସେମାନେ ଭଲ ବନ୍ଧୁ ଅଟନ୍ତି। "କଫି ୱିଥ୍ କରନ୍-୭"ର ପ୍ରଥମ ଅପିସୋଡ଼ରେ ଉଭୟଙ୍କୁ ସାଥିରେ ଦେଖିବାକୁ ମିଳିଥିଲା। ଏହି ଅଧ୍ୟାୟଟି ମଧ୍ୟ ହିଟ୍ ସାବ୍ୟସ୍ତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଥମ ଥର ପାଇଁ "ଗଲ୍ଲି ବୟ" ଚଳଚିତ୍ରରେ ଉଭୟଙ୍କୁ ସାଥିରେ ଦେଖିବାକୁ ମିଳିଥିଲା। ଆଗାମୀ ଦିନରେ ଆଉ ଏକ ଚଳଚିତ୍ରରେ ଉଭୟଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ।