ତମାଖୁ ବିଜ୍ଞାପନ କରିଥିବାରୁ କ୍ଷମା ପ୍ରାର୍ଥନା କରିଲେ ଅକ୍ଷୟ କୁମାର, କହିଲେ ଏଥିରୁ ମିଳିଥିବା ସବୁ ଟଙ୍କା...

 

ଗତ କିଛିଦିନ ତଳେ ଏକ ତମାଖୁ ବିଜ୍ଞାପନରେ ଷ୍ଟାର ଅଭିନେତା ତଥା ବଲିଉଡ଼ର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିଥିଲା। ତେବେ, ତମାଖୁ ପ୍ରଡକ୍ଟର ବିଜ୍ଞାପନରେ ଅଂଶଗ୍ରହଣ କରିଥିବାରୁ ଅକ୍ଷୟ କୁମାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏଥିପାଇଁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ପରେ ସେ ଏହି ବିଜ୍ଞାପନ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

 କେବଳ ଏତିକି ନୁହେଁ ଏହି ବିଜ୍ଞାପନ ପାଇଁ ସେ ନେଇଥିବା ସମସ୍ତ ଟଙ୍କା ଜନସାଧାରଣଙ୍କ ହିତ ପାଇଁ ଦାନ କରିଦେବେ ବୋଲି କହିଛନ୍ତି ଅକ୍ଷୟ କହିଛନ୍ତି। ଏଥିନେଇ ଅକ୍ଷୟ ନିଜ ଟ୍ୱିଟର ଅକାଉଣ୍ଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଛନ୍ତି ଯେ," ମୁଁ ଦୁଃଖିତ। ଏଥିପାଇଁ ମୁଁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଗତ କିଛିଦିନ ଧରି ଆପଣମାନଙ୍କ ପ୍ରତିକ୍ରିୟା ମୋତେ ଗଭୀର ଭାବେ ପ୍ରଭାବିତ କରିଛି। ନା ମୁଁ ତମାଖୁକୁ ସମର୍ଥନ କରେ ନା ସମର୍ଥନ କରିବି। ପାନ ମସଲା ବିଜ୍ଞାପନରେ ମୁଁ ସାମିଲ ହେବା ଦ୍ୱାରା ଆପଣଙ୍କ ଯେଉଁ ଭାବନା ରହିଛି, ତାକୁ ମୁଁ ବୁଝିପାରୁଛି। ଆପଣମାନଙ୍କ ଏହି ଭାବାବେଗକୁ ମୁଁ ସମ୍ମାନ କରୁଛି। ତେଣୁ ମାନବିକତା ଦୃଷ୍ଟିରୁ ମୁଁ ଏହି ବିଜ୍ଞାପନରୁ ଓହରି ଯାଉଛି’।