ବାବୁସାନ୍ ଙ୍କୁ ନେଇ ଏମିତି କଣ ପ୍ରଶ୍ନ ପଚାରିଦେଲେ ସାମ୍ବାଦିକ ଯେ ଚିହିଁକି ଉଠିଲେ ଅଭିନେତ୍ରୀ ସୁପ୍ରିୟା? ଜାଣନ୍ତୁ ପୂରା ଘଟଣା

 

ବାବୁସାନ ଓ ପ୍ରକୃତି ମିଶ୍ର ବିବାଦକୁ ନେଇ ପଚରାଯିବାରୁ ଚିହିଁକି ଉଠିଲେ ଓଡ଼ିଆ ଅଭିନେତ୍ରୀ ସୁପ୍ରିୟା ନାୟକ। ସାରା ଓଡ଼ିଶାରେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ନେଇ ପଚରା ଯିବାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ମାରିବାକୁ ଧମକ ଦେଇଛନ୍ତି ଏହି ଅଭିନେତ୍ରୀ ଜଣକ। ଏହି ଘଟଣାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେଉଛି।

ମିଳିଥିବା ସୂଚନା ଅନୁଯାଇ ଅଭିନେତ୍ରୀ ଜଣକ ଏକ ଓଡ଼ିଆ ଚଳଚ୍ଚିତ୍ରର ମୁହୂରତ୍ ପାଇଁ ସେଠାକୁ ଆସିଥିଲେ। ସେଠାରେ ସାମ୍ୱାଦିକଙ୍କ ପ୍ରଶ୍ନ ଥିଲା କି ମ୍ୟାଡମ ବାବୁଶାନ ଓ ପ୍ରକୃତିଙ୍କ ଘଟଣା ଓଡ଼ିଶାର ଯୁବ ପିଢ଼ିଙ୍କ ଉପରେ ଖରାପ ପ୍ରଭାବ ପକାଇବ କି? ଏହି ସାମାନ୍ୟ ପ୍ରଶ୍ନର ଉତ୍ତରରେ ସୁପ୍ରିୟା ଚିହିଁକି ଉଠିବା ସହିତ ଆପଣ ମାଡ଼ ଖାଇବେ କି ବୋଲି କହିଥିଲେ।

ଏଭଳି ଅଭିନେତ୍ରୀ ମାନଙ୍କର କଥା କହିବାର ଢଙ୍ଗରେ ଶାଳୀନତାର ଅଭାବ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୋଇଛି। ଓଡ଼ିଶାର ସାଧାରଣ ଜନତା ଏମାନଙ୍କର ଚଳଚିତ୍ର ଏବଂ ଟିଭି ସିରିଏଲ୍ ଦେଖି ସମର୍ଥନ କରୁଥିବା ବେଳେ ପ୍ରକୃତରେ ତାଙ୍କର ବ୍ୟବହାର କିପରି ହୋଇଥାଏ ତାହା ସ୍ପଷ୍ଟ ଭାବରେ ଜଣାପଡୁଛି। ବଡ଼ ବଡ଼ କଳାକାର ମାନେ ନିଜର ପ୍ରତିକ୍ରିୟା ରଖୁଥିବା ବେଳେ ଗୋଟିଏ ଦୁଇଟି ଚଳଚିତ୍ର ଏବଂ ସିରିଏଲ୍ କରି ସୁପ୍ରିୟାଙ୍କର ଏଭଳି ଇଗୋ ଆଦୌ ଗ୍ରହଣଯୋଗ୍ୟ ନୁହେଁ।