ପ୍ରକୃତି ମିଶ୍ରଙ୍କ ସମର୍ଥନରେ ବାହାରିଲେ ଅଭିନିତ ମିଶ୍ର କହିଲେ, ସେ ଜଣେ ବଡ଼ ଅଭିନେତ୍ରୀ, ତାଙ୍କୁ ଏପରି... ଦେଖନ୍ତୁ ଭିଡ଼ିଓ

 

ଗତ କିଛି ଦିନ ମଧ୍ୟରେ ବାବୁସାନ-ତୃପ୍ତି ଏବଂ ପ୍ରକୃତିଙ୍କ ମଧ୍ୟରେ ହୋଇଥିବା ଷ୍ଟାର ଝଗଡ଼ା ବେସ୍ ଚର୍ଚ୍ଚାରେ ରହିଥିଲା। ତେବେ, ଏହି ଘଟଣା ଏକ ପ୍ରକାର ଶାନ୍ତ ହେବାକୁ ବସିଥିବା ବେଳେ ଏହାକୁ ନେଇ ନିଜର ମତ ରଖିଛନ୍ତି ହାସ୍ୟ କଳାକାର ତଥା ଜାତୀୟ ଗଣମାଧ୍ୟମର ସାମ୍ୱାଦିକ ଅଭିନିତ ମିଶ୍ର। ଅଭିନିତ ଏହି ମାମଲାରେ ପ୍ରକୃତି ମିଶ୍ରଙ୍କୁ ସମର୍ଥନ କରିଛନ୍ତି। ସେ ଓଡ଼ିଶାର ଜଣେ ସଫଳ ନାରୀ ଏବଂ ତାଙ୍କୁ ଏଭଳି ଭାବରେ ବଦନାମ ନ କରାଯାଉ ବୋଲି ସେ କହିଛନ୍ତି।

ନିଜର ଇଂଷ୍ଟାଗ୍ରାମ ପେଜରେ ଏକ ଭିଡ଼ିଓ ସେୟାର କରି ସେ କହିଛନ୍ତି ଯେ,ଜଣେ କୋଷ୍ଟାରଙ୍କ ସହିତ ଏୟାରପୋର୍ଟ ଯାଉଥିବା ବେଳେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ କରାଗଲା। ପ୍ରକୃତି ନିଜ ସହରରେ ଅସୁବିଧାରେ ପଡ଼ିବା ସମୟରେ ଲୋକେ ସାହାର୍ଯ୍ୟ କରିବା ବଦଳରେ ସେଲ୍ଫି ନେଉଥିଲେ। ଓଡ଼ିଶାର ଜଣେ ବଡ଼ ଅଭିନେତ୍ରୀ ହେଉଛନ୍ତି ପ୍ରକୃତି କିନ୍ତୁ ତାଙ୍କ ସହ ଏପରି ବ୍ୟବହାର କେତେ ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି।