ରିଅଲ୍ ଲାଇଫରେ ପରଫେକ୍ଟ ନୁହଁନ୍ତି ଏହି ୫ ସିନେ ତାରକା, କାହା ହାତରେ ଅଛି ୬ଟି ଆଙ୍ଗୁଠି ତ କାହାର ଚେହେରାରେ ଅଜବ ଦାଗ

 

କୌଣସି ମଣିଷ କେବେବି ପରଫେକ୍ଟ ହୋଇନଥାନ୍ତି। ସମସ୍ତଙ୍କ ଠାରେ କିଛି ନା କିଛି ଅଭାବ ନିଶ୍ଚିତ ଭାବରେ ରହିଥାଏ। କିନ୍ତୁ, ଯଦି ଆମେ ସିନେମାର ଅଭିନେତା ଅଭିନେତ୍ରୀ ମାନଙ୍କ ବିଷୟରେ କହିବା ତେବେ ସେମାନେ ପରଦାରେ ପ୍ରାୟତଃ ସୁନ୍ଦର ଏବଂ ପରଫେକ୍ଟ ଦେଖା ଯାଇଥାନ୍ତି। କିନ୍ତୁ, ବଲିଉଡ଼ରେ ଏଭଳି ମଧ୍ୟ କିଛି ପ୍ରସିଦ୍ଧ କଳାକାର ରହିଛନ୍ତି ଯେଉଁମାନେ ନିଜର କିଛି ଶାରୀରିକ ଅଭାବ କାରଣରୁ ଅନ୍ୟମାନଙ୍କ ଠାରୁ ଅଲଗା ଦେଖା ଯାଇଥାନ୍ତି। କେତେକ ନିଜର ଶରୀର ସହିତ ପରଦାରେ ନଜ଼ର ଆସୁଥିବା ବେଳେ ଆଉ କେତେଜଣ ସର୍ବସମ୍ମୁଖରେ ନିଜର ଶାରୀରିକ ଅଭାବକୁ ଲୁଚାଇବା ପାଇଁ ଚେଷ୍ଟା କରିଥାନ୍ତି। ତେବେ, ଆସନ୍ତୁ ଜାଣିବା ଏହିଭଳି ବଲିଉଡ଼ର ୫ ଅଭିନେତା ଅଭିନେତ୍ରୀଙ୍କ ବିଷୟରେ:-

୧. ହ୍ରିତିକ ରୋଶନ:-

ବଲିଉଡ଼ ଜଗତର ଅନ୍ୟତମ ଲୋକପ୍ରିୟ ଅଭନେତା ହ୍ରିତିକ ରୋଶନ କ୍ୟାମେରା ଆଗରେ ତ ପରଫେକ୍ଟ ଦେଖା ଯାଇଥାନ୍ତି। ଏପରିକି ତାଙ୍କର ଫିଟ ଚେହେରା ସମସ୍ତେ ଫ୍ୟାନ ଅଟନ୍ତି। କିନ୍ତୁ, ହ୍ରିତିକଙ୍କର ଗୋଟିଏ ହାତରେ ଛଅଟି ଆଙ୍ଗୁଠି ରହିଛି। ବେଳେ ବେଳେ ପରଦାରେ ମଧ୍ୟ ହ୍ରିତିକଙ୍କର ଏହି ଛଅଟି ଆଙ୍ଗୁଠି ଦେଖିବାକୁ ମିଳିଥାଏ।

୨. ଇଲିଆନା ଡି’କ୍ରୁଜ୍:-

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ତଥା ବଲିଉଡ଼ରେ ସୁନ୍ଦରୀ ଇଲିଆନା ଡି’କ୍ରୁଜଙ୍କୁ କିଏ ଅବା ନ ଜାଣିଛି। ନିଜର ସୁନ୍ଦର ଚେହେରା ଏବଂ ନିଖୁଣ ଆକ୍ଟିଂ ପାଇଁ ଇଲିଆନା ବେସ୍ ପରିଚିତ। କିନ୍ତୁ, ସେ ମଧ୍ୟ ଏକ ପ୍ରକାରର ଗୁରୁତର ଶାରୀରିକ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ସମସ୍ୟାରେ ତାଙ୍କର ଶରୀରର ତଳ ଭାଗ ମନକୁ ମନ ଭାରୀ ହେବାକୁ ଲାଗିଥାଏ। ପିଲାଦିନରୁ ସେ ଏହି ରୋଗ ହେତୁ ଡିପ୍ରେସନରେ ରହୁଥିଲେ। କିନ୍ତୁ, ବର୍ତ୍ତମାନ ସେ ନିଜକୁ ସେପରି ଭାବରେ ଗ୍ରହଣ କରି ନେଇଛନ୍ତି।

୩. ଅର୍ଜୁନ କପୁର:-

ବଲିଉଡ଼ରେ ଅନେକ କିଛି ଚଳଚିତ୍ରରେ ଦେଖିବାକୁ ମିଳିଥିବା ଅଭିନେତା ଅର୍ଜୁନ କପୁର ତାଙ୍କର ଅଭିନୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କିନ୍ତୁ, ପିଲାଟି ଦିନରୁ ଅର୍ଜୁନ ମେଦବହୁଳତା ସହିତ ସଂଘର୍ଷ କରି ଆସିଛନ୍ତି। ଏବେ ସେ କଠିନ ପରିଶ୍ରମ କରି ନିଜର ଓଜନ ହ୍ରାସ କରିଛନ୍ତି।

୪. ଆର୍ଶୀ ଖାନ୍:-

ବିଗ୍ ବସ୍ ଫେମ୍ ଆର୍ଶୀ ଖାନ୍ ପ୍ରାୟତଃ ନିଜର ସୁନ୍ଦର ସୁନ୍ଦର ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। କିନ୍ତୁ, ଏହି ଫୋଟୋ ଗୁଡିକରେ ସେ ନିଜ ମୁହଁର ଗୋଟିଏ ପାର୍ଶ୍ଵକୁ ଚୁଟି ସାହାଯ୍ୟରେ ଢାଙ୍କି ରଖିଥିବା ନଜ଼ର ଆସିଥାଏ। ପ୍ରକୃତରେ ଆର୍ଶୀଙ୍କର ମୁହଁରେ ଏକ କଳା ଦାଗ ରହିଛି ଯାହାକୁ ଚୁଟି ସାହାଯ୍ୟରେ ସେ ଲୁଚାଇବାକୁ ଚେଷ୍ଟା କରିଥାନ୍ତି।

 

୫. ରାଜକୁମାର:-

ନିଜ ସମୟରେ ପ୍ରଖ୍ୟାତ ଏବଂ ଲୋକପ୍ରିୟ ଅଭିନେତା ରାଜକୁମାର ଗଳା କର୍କଟ ଦ୍ୱାରା ପୀଡିତ ଥିଲେ କିନ୍ତୁ ସେହି ସମୟରେ ସେ ଏହା ବିଷୟରେ କାହାକୁ ଜଣାଉନଥିଲେ। ଶେଷରେ ୩ ଜୁଲାଇ ୧୯୯୬ ମସିହାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା।