ବ୍ୟାଙ୍କ ମ୍ୟାନେଜର ଭାବେ କାମ କରୁଥିଲେ ସ୍ୱାମୀ, ହେଲେ ଘଟିଲା ଏମିତି ସ୍ୱାମୀର ଯୌନାଙ୍ଗ ପୋଡ଼ିଦେଲା ସ୍ତ୍ରୀ, ଆଉ ତାପରେ...

 
ଘରୋଇ ଝଗଡ଼ାରୁ ଦେଖା ଦେଇଛି ହିଂସା। ବ୍ୟାଙ୍କ ମ୍ୟାନେଜରଙ୍କ ଯୌନାଂଗକୁ ପୋଡ଼ି ଦେଇଛନ୍ତି ମହିଳା । ପ୍ରତିଦିନ ହେଉଥିବା ଝଗଡ଼ା ସେ ଦିନ ଏତେ ଭୟଙ୍କର ଥିଲା ଯେ ମହିଳା ଜଣକ ନିଜ ସ୍ୱାମୀକୁ ନିର୍ଯ୍ୟାତନା ଦେବା ସହିତ ଜୀବନରୁ ମାରି ଦେଇଛନ୍ତି ।କେବଳ ସେତିକି ନୁହେଁ ତାଙ୍କ ଯୌନଙ୍ଗକୁ ପୋଡ଼ି ମଧ୍ୟ ଦେଇଛନ୍ତି ।

ଆଜ୍ଞା ହଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ଆଗ୍ରା ସହରର । ସଚିନ ଉପାଧ୍ୟାୟ, ଗୋଟିଏ ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରୁଥିଲେ । ସେ ପ୍ରିୟଙ୍କା ନାମକ ଜଣେ ମହିଳାଙ୍କୁ ବିବାହ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ।

ସୂଚନା ଅନୁସାରେ ପ୍ରିୟଙ୍କା ଓ ସଚିନ ଙ୍କ ବୈବାହିକ ଜୀବନ କିଛି ଭଲ ନଥିଲା । କିଛି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ଅନେକ ସମୟ ଧରି କଳହ ଲାଗି ରହିଥିଲା । ଯାହାର ପରିଣାମ ଏପରି କିଛି ହୋଇଯିବ ସେ କଥା କେହି କେବେ ବି ଭାବି ନ ଥିଲେ ।

କଳହ ଅଧିକ ବଢିବାରୁ ପ୍ରିୟଙ୍କା ତାଙ୍କ ଭାଇ ଓ ବାପାଙ୍କୁ ଡକାଇ ଥିଲେ । ତିନି ଜଣ ମିଶି ସଚିନକୁ ବାନ୍ଧି ପକେଇ ଥିଲେ । ସଚିନକୁ ତା ପରେ ଶାରିରୀକ ନିର୍ଯ୍ୟାତନା ଦେଇ ମାରିଦେବା ପରେ ବି ଥମି ନ ଥିଲା ତାଙ୍କ ରାଗ ପ୍ରିୟଙ୍କା ସଚିଙ୍କ ଯୌନାଂଗ କୁ ମଧ୍ୟ ଜାଳି ଦେଇଥିଲେ ।

ଘଟଣା ଟି ଉପରେ ପୋଲିସ ତର୍ଜମା କରିବା ପରେ ପ୍ରିୟଙ୍କଙ୍କ ବାପା ଓ ଭାଇ ଏବେ ଆଇନର କବଜାରେ। ହେଲେ ମୁଖ୍ୟ ଆସାମୀ ଅର୍ଥାତ୍ ପ୍ରିୟଙ୍କା ଏବେ ବି ଫେରାର ଅଛନ୍ତି।