ଏ କି ମୋବାଇଲ ନିଶା ! ଏହି ଛୋଟ କାରଣରୁ ସ୍ୱାମୀକୁ ପନିକିରେ ହାଣିଲା ସ୍ତ୍ରୀ, ସମ୍ପୂର୍ଣ ଘଟଣା ଜାଣିଲେ ଅଶ୍ଚରାଜ୍ୟ ହେବେ ଆପଣ

 

ଆଜିକାଲି ମୋବାଇଲ ଫୋନ ବ୍ୟବହାର କରିବା ଏକପ୍ରକାର ନିଶା ପାଲଟିଗଲାଣି। ମୋବାଇଲ ବ୍ୟବହାର କରିବାକୁ ନ ମିଳିଲେ କେହି କେବେ କାହାର ଜୀବନ ନେବାକୁ ଚେଷ୍ଟା କରିବ, ଏ କଥା ହୁଏତ ବିଶ୍ୱାସଯୋଗ୍ୟ ନୁହେଁ। କିନ୍ତୁ, ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରେ ଏଭଳି ହିଁ ଏକ ଘଟଣା ଘଟିଛି।

ଏଠାରେ ବ୍ୟବହାର କରିବାକୁ ମୋବାଇଲ ନ ଦେବାରୁ ଜଣେ ମହିଳା ନିଜ ସ୍ୱାମୀକୁ ହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଈଶ୍ୱରୀ କୁମାରୀ ନାମକ ଏହି ମହିଳା ଜଣକ ପନିକୀ ସାହାଯ୍ୟରେ ତାଙ୍କ ସ୍ୱାମୀ ଗଣେଶ୍ୱରଙ୍କ ମୁଣ୍ଡକୁ ହାଣିଥିବା ଜଣାପଡ଼ିଛି। ଏଭଳି କାଣ୍ଡ ଭିଆଇବା ପରେ ଈଶ୍ୱରୀ ୬ ବର୍ଷର ଝିଅକୁ ନେଇ ସେଠାରୁ ଫେରାର ହୋଇଯାଇଛି।