ସ୍ତ୍ରୀକୁ ଧରି ଯାଉଥିଲେ ଘରକୁ, ରାସ୍ତାରେ ଘେରିଗଲେ ଦୁର୍ବୁତ୍ତ, ସବୁ ଛଡାଇ ନେବା ସହ ମହିଳାଙ୍କ ସହ କଲେ ଗଣଦୁଷ୍କର୍ମ

 

ରାସ୍ତାରେ ଅଟକାଇ ଟଙ୍କା ଓ ମୋବାଇଲ ନେଇଗଲେ। କେବଳ ସେତିକି ନୁହେଁ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ତାଙ୍କ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଲେ ୫ ଦୁର୍ବୁତ୍ତ। ଏହା ଅନ୍ୟ କୌଣସି ରାଜ୍ୟରେ ଘଟିନାହିଁ ବରଂ ଖୋଦ୍ ଓଡ଼ିଶାରେ ହିଁ ଏଭଳି ଏକ ଭୟଙ୍କର ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଢେଙ୍କାନାଳ ଜିଲ୍ଲା ବାରୁଆଁ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ବେଳେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାଇ ଯାଜପୁର କାଳିଆପାଣି ଅଞ୍ଚଳର ପୀଡ଼ିତା ଜଣକ ଭୁବନରେ ଥିବା ଏକ ମେସରେ ରହି ପାଠ ପଢୁଥିଲେ। ଦଶହରା ଛୁଟି ଥିବାରୁ ସେ ସ୍ୱାମୀଙ୍କ ସହିତ ବାଇକ ଯୋଗେ ଭୁବନରୁ ଘରକୁ ଯାଉଥିଲେ। ଗତ ଶନିବାର ରାତି ପ୍ରାୟ ୮ଟା ସମୟରେ ଭୁବନ-ସୁକିନ୍ଦା ରାସ୍ତା ବାରୁଆଁଠାରେ ତାଙ୍କୁ କିଛି ଲୋକ ଅଟକାଇଥିଲେ।

କିଛି ଭାବିବା ପୂର୍ବରୁ ୫ ଜଣ ଦୁର୍ବୁତ୍ତ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ମୋବାଇଲ ଏବଂ ଟଙ୍କା ଛଡାଇ ନେଇଥିଲେ। ସେତିକିରେ ସେମାନଙ୍କର ମନ ବୁଝିନଥିଲା ଯେ ମହିଳାଙ୍କୁ ଜୋର ଜବରଦସ୍ତ ନିକଟସ୍ଥ କାଜୁବଣକୁ ଘୋଷଡ଼ି ନେଇ ଗଣବଳାତ୍କାର କରିଥିଲେ। ମହିଳା ଜଣକ ଏଥିନେଇ ରବିବାର ଦିନ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୋଲିସ ତୁରନ୍ତ ଏହାର ତନାଘନା କରିବା ସହିତ ପୀଡିତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା। ଏହା ବ୍ୟତୀତ ଦୁଷ୍କର୍ମ କରିଥିବା ୨ ଜଣ ଯୁବକଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଥିବା କୁହାଯାଇଛି। 

<a href=https://youtube.com/embed/4-0ErVOLyGc?autoplay=1&mute=1><img src=https://img.youtube.com/vi/4-0ErVOLyGc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଅଭିଯୁକ୍ତ ମାନଙ୍କୁ କଡା ଦଣ୍ଡ ଦିଆଯିବ ବୋଲି ଢେଙ୍କାନାଳ ଏସପି ପ୍ରତିଶୃତି ଦେଇଛନ୍ତି। ତେବେ, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କଡା ନିନ୍ଦା କରାଯାଇଛି। ଅଭିଯୁକ୍ତମାନଙ୍କର ଚିହ୍ନଟ ସରିଥିବା ବେଳେ ପୋଲିସ ସେମାନଙ୍କୁ ଧରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। 

ଆହୁରି ପଢ଼ନ୍ତୁ:- ଏହି ୫ ଅଭିନେତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ସର୍ତ୍ତରେ ମିଳିଥିଲା ବଲିଉଡରେ କାମ, ୩ ନମ୍ବରଙ୍କ ନାମ ଜାଣି ହେବେ ତାଜୁବ୍