କରବାଚୌଥରେ ସ୍ୱାମୀ ସହ ସପିଂ ପରେ ଭିଣୋଇ ସହ ଫେରାର ହୋଇଗଲେ ମହିଳା, ଆଉ ତାପରେ...

 

କରୱାଚଉଥ ଭଳି ଏକ ପବିତ୍ର ଦିନରେ ଜଣେ ମହିଳା  ତାଙ୍କ ସ୍ୱାମିଙ୍କୁ ଦେଇଛନ୍ତି ଏକ ବଡ ଝଟକା । ନିଜ ସ୍ଵାମୀ ସହିତ ସପିଙ୍ଗ କରିବା ପରେ ଭିଣୋଇ ସହିତ ହୋଇଛନ୍ତି ଫେରାର । ଘଟଣାଟି ଏବେ ସେହି ଅଞ୍ଚଳରେ ହଲଚଲ ମଚାଇ ଦେଇଛି ।

କରୱାଚାଉଥ ଗୋଟିଏ ସ୍ତ୍ରୀ ତାର ସ୍ୱାମୀର ଦୀର୍ଘାୟୁ ଓ ମଙ୍ଗଳ ପାଇଁ ରଖିଥାଏ । ହେଲେ ଏହି ମହିଳା ଜଣକ ଏପରି ଏକ ଦିନରେ ନିଜ ସ୍ଵାମୀ ଜୀବନରେ ଅନର୍ଥ ଆଣି ଦେଇଛନ୍ତି ।

ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମିରଟରେ । ସ୍ଵାମୀ ଜଣକ ଏ ନେଇ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ହେଲେ ସେ ନିଜ ପତ୍ନୀକୁ ଗାଳି ଦେବା ବଦଳରେ ସ୍ତ୍ରୀକୁ ଜଲଦି ଫେରି ଆସିବାକୁ ଅନୁରୋଧ କରିଛନ୍ତି । କେବଳ ସେତିକି ନୁହେଁ ମହିଳା ଜଣକ ନିଜ ସହିତ ୧୬  ମାସର ଶିଶୁକୁ ମଧ୍ୟ ନେଇ ଯାଇଛନ୍ତି ।

ଅଶୋକ ନାମକ ଏହି ବ୍ୟକ୍ତି ଜଣକ ନିଜ ପତ୍ନୀ ଓ ପିଲା ସହିତ ମିରଟର ଜାନିପୂର୍ ରେ ରହୁଥିଲେ । ଅଶୋକଙ୍କ ଅଭିଯୋଗ ଅନୁସାରେ କରୱାଚଉଥ ପାଇଁ ସେ ତାଙ୍କ ପତ୍ନୀଙ୍କୁ ସପିଙ୍ଗ ପାଇଁ ନେଇଥିଲେ । ହେଲେ ବ୍ରତ ରଖିବା ପୂର୍ବରୁ ହିଁ ଭିଣୋଇ ସହ ଫେରାର ହୋଇ ଯାଇଛନ୍ତି ପତ୍ନୀ ।

ଅଶୋକ ଆହୁରି ମଧ୍ୟ କହିଛନ୍ତି ତାଙ୍କ ବିବାହକୁ ୪ ବର୍ଷ ହୋଇ ଗଲାଣି । ଏତେ ବର୍ଷ ପରେ ତାଙ୍କ ସ୍ତ୍ରୀ ତାଙ୍କ ସହିତ ଏପରି ବିଶ୍ୱାସଘାତକତା କରିବେ ବୋଲି ସେ ସ୍ୱପ୍ନରେ ବି ଭାବି ନ ଥିଲେ । ଏବେ ମହିଳା ଙ୍କ ସ୍ଵାମୀ ଓ ତାଙ୍କ ଭଉଣୀ ପୋଲିସର ଦ୍ବାରସ୍ଥ ହେବା ପାରେ। ପୋଲିସ୍ ଅଧିକାରୀ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିଛନ୍ତି।