ପ୍ରେମିକ ପାଇଁ ସ୍ବାମୀକୁ ମାରି ଶବକୁ ଖଣ୍ଡଖଣ୍ଡ କରିଦେଲା ସ୍ତ୍ରୀ, ଧରା ନପଡ଼ିବା ପାଇଁ ଢାଳିଦେଲା କେମିକାଲ, ଜାଣନ୍ତୁ ପୂରା ଘଟଣା

 

ଶନିବାର ରାତିରେ ବିହାରର ମୁଜାଫରପୁରର ବାଲୁଗାଟ ଅଞ୍ଚଳର ଏକ ତିନି ମହଲା ଘରେ କେମିକାଲ ବିସ୍ଫୋରଣ ଘଟିଛି। ବର୍ତ୍ତମାନ ଏହି ମାମଲାରେ ଏହା ସାମ୍ନାକୁ ଆସିଛି ଯେ ଜଣେ ଯୁବକଙ୍କ ମୃତଦେହକୁ ଫୋପାଡି ଦେବାରେ ଏହି ବିସ୍ଫୋରଣର ଘଟଣା ଘଟିଛି। ପୋଲିସର ସୂଚନାନୁସାରେ, ପତ୍ନୀ ତାଙ୍କ ପ୍ରେମିକ ସହିତ ମିଶି ସ୍ୱାମୀଙ୍କୁ ହତ୍ୟା କରି ଶବକୁ ଅନେକ ଖଣ୍ଡରେ କାଟି ଦେଇଥିଲେ। ମୃତଦେହ ରାକେଶ ସାହନି ବୋଲି ଜଣାପଡିଛି।

ବାସ୍ତବରେ ଶନିବାର ରାତିରେ ଘରେ ବୋମା ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା।  ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ପହଞ୍ଚି ନିଆଁ ଲିଭାଇଥିଲେ। ନିଆଁ ଲିଭାଇବା ପରେ ଘରେ ବିସ୍ଫୋରଣ ସିଲିଣ୍ଡର ନୁହେଁ ବରଂ ରାସାୟନିକ କାରଣରୁ ହୋଇଥିବା ଜଣାପଡିଛି। ଏକ ବଡ଼ ପ୍ଲାଷ୍ଟିକ୍ ଡ୍ରମ୍ ରେ ରଖାଯାଇଥିବା କେମିକାଲ ପଦାର୍ଥ ମଧ୍ୟରେ ପ୍ରତିକ୍ରିୟା ଯୋଗୁଁ ଘରେ ବିସ୍ଫୋରଣ ହୋଇଥିଲା। ଏଥିରେ ଏକ ଶବ ମିଳିଥିଲା, ଯାହା ପୋଲିସ କୁ ଦ୍ଵନ୍ଦରେ ପକାଇଦେଇଥିଲା।

ମୃତଦେହ ରାକେଶ ସାହନିଙ୍କ ବୋଲି ଜଣାପଡିଛି। କୁହାଯାଉଛି ଯେ ରାକେଶ ସୁଭାଷ ନାମକ ଜଣେ ବନ୍ଧୁଙ୍କ ସହ ମଦ ବ୍ୟବସାୟ କରୁଥିଲେ। ଏହି ସମୟରେ ସେ ଥରେ ଜେଲକୁ ଯାଇଥିଲେ। ଏହି ସମୟରେ ସୁଭାଷ ତାଙ୍କ ପତ୍ନୀଙ୍କୁ ଟଙ୍କା ଏବଂ ଅନ୍ୟାନ୍ୟ ଆବଶ୍ୟକତା ଦେଉଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ।  ଯେତେବେଳେ ରାକେଶ ଜେଲରୁ ଫେରିଥିଲେ, ସେତେବେଳେ ଉଭୟଙ୍କ ମଧ୍ୟରେ  ଦୂରତା ବଢିବାରେ ଲାଗିଥିଲା। ଏହି ସମୟରେ, ମଦ ମାମଲାରେ ରାକେଶଙ୍କ ନାମ ପୁଣି ଥରେ ଆସିଥିଲା, ଯାହା ପରେ ସେ ଫେରାର୍ ହୋଇ ଯାଇଥିଲେ।

ଏହା ପରେ ପୁଣି ରାକେଶଙ୍କ ପତ୍ନୀ ରାଧା ଏବଂ ସୁଭାଷ ନିକଟତର ହୋଇଥିଲେ। ନିକଟରେ ଯାଇଥିବା ତୀଜ ପର୍ବ ଅବସରରେ ସୁବାଷଙ୍କୁ ରାଧା ତାଙ୍କ ବାପଘରକୁ ଡାକି ନେଇଥିଲେ। ଆଉ ସେଠାରେ ରାକେଶଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ଏହି ଷଡ଼ଯନ୍ତ୍ରରେ ରାଧାଙ୍କ ଭଉଣୀ କୃଷ୍ଣ ଏବଂ ତାଙ୍କ ସ୍ୱାମୀ ସମ୍ପୃକ୍ତ ଅଛି। ଏନେଇ ରାକେଶଙ୍କ ଭାଇ ଦୀନେଶ ଥାନାରେ ଏତଲା ଦେଇଥିଏଲେ। ପରେ ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ପୋଲିସ ର କହିବାନୁଯାୟୀ ରାଧା ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ହାତୁଡ଼ିରେ ମୁଣ୍ଡରେ ଆକ୍ରମଣ କରି ମାରିଦେଇଥିଲେ।ମୃତ ଦେହକୁ ନଷ୍ଠ କରିବା ପାଇଁ ଶବକୁ଼ କାଟି ରସାୟନିକ ବିସ୍ଫୋରଣ କରାଯାଇଥିବା ଅଭଯୋଗ ହୋଇଛି।