ଦେଖନ୍ତୁ ଭିଡିଓ: ଶଯ୍ୟାଶାୟୀ ଶ୍ୱଶୁର ଶୋଇବାକୁ କହିବାରୁ, ରାଗିଯାଇ ଦେହରେ ନିଆଁ ଲଗାଇ ଦେଲା ବୋହୂ

 

ଦୀର୍ଘ ଦିନ ଧରି  ଶଯ୍ୟାଶାୟୀ ହୋଇ ପଡ଼ି ରହିଥିବା ଶ୍ବଶୁର ବେଡ୍ ରେ ନିଆଁ ଲଗାଇ ଦେଲା ବୋହୂ । ଶଯ୍ୟାଶାୟୀ ଶ୍ବଶୁର ସେବା କରିବାକୁ ପଡୁଥିଲା ତାକୁ । ଖୁଆଇ ଦେବା , ଗାଧେଇବା , ଠିକ୍ ସମୟରେ ମେଡ଼ିସିନ୍ ଦେବା ଏପରି ଅନେକ ଦାୟୀତ୍ବ ରହିଥିଲା ବୋହୂ ଉପରେ ।

ଯେଉଁଥି ପାଇଁ ସେ ଶ୍ବଶୁର ବେଡ୍ ରେ ନିଆଁ ଲଗାଇ ଦେଇଥିଲା । ସୂଚନା ଅନୁସାରେ ବୋହୂ ଜଣକ ନିଜ ପୁଅକୁ ଖାଇବାକୁ ଦେବା ସମୟରେ ବୃଦ୍ଧା ଜଣକ ଶୋଇବାକୁ ଚାହୁଁଥିଲେ । ଯେଉଁଥିରେ ମହିଳା ଜଣକ ରାଗି ଯାଇ ଶ୍ବଶୁରଙ୍କ ବେଡ୍ ସିଟ୍ ରେ ନିଆଁ ଲଗାଇ ଦେଇଥିଲେ ।

ତାଙ୍କ ସ୍ଵାମୀ ତାଙ୍କୁ ବିରୋଧ କରିବା ସହିତ ଏହି ଘଟଣାଟିର ସମ୍ପୂର୍ଣ ଭିଡିଓ ବନାଇ ଥିଲେ । ପରେ ଏହି ଭିଡିଓଟିକୁ ଜଣେ ୟୁଜର ନିଜ ଟୁଇଟର ଆକାଉଣ୍ଟ ରେ ପୋଷ୍ଟ କରିବା ପରେ ଏ ନେଇ ଅନେକ କମେଣ୍ଟ  କରିଥିଲେ ଲୋକେ ।

ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ଅନେକ ୟୁଜର୍ସ ଏଥିରେ ମତାମତ ମଧ୍ୟ ଦେଇଛନ୍ତି । ମହିଳାଙ୍କ କାର୍ଯ୍ୟକୁ ଅନେକ ଲୋକ ନିନ୍ଦା କରିଛନ୍ତି । ସେହିପରି ଜଣେ ୟୁଜର୍ସ 'କାହାକୁ ଏପରି ଦିନ ଦେଖିବାକୁ ନମିଳୁ' ବୋଲି ମତ ଦେଇଛନ୍ତି ।