ଦେଖନ୍ତୁ ଭିଡ଼ିଓ: ବିଚ୍ ରାସ୍ତାରେ ଶାଶୁକୁ ତଳେ ପକେଇ ଚପଲରେ ପିଟିଲା ବୋହୂ, କ୍ୟାମେରାରେ କଏଦ ହେଲା ଘଟଣାର ପାଶବିକ ଦୃଶ୍ୟ

 

ରୋଜଗାରିଆ ବଡ଼ ପୁଅର ମୃତ୍ୟୁ ପରେ ବୁଢ଼ୀ ମାଆ ଆଖିରୁ ଶୁଖୁନି ଲୁହ କିନ୍ତୁ ତାଠୁ ବଳିଯାଇଛି ବଡ଼ ବୋହୂର ଅତ୍ୟାଚାର। ପୁଅର ଅକାଳ ବିୟୋଗ ପରେ ଥରେ କି ଦୁଇ ଥର ନୁହେଁ ବରଂ ପ୍ରାୟ ବର୍ଷେ ହେବ ମାଡ଼ ଗାଳି ସହ ବୋହୂର ଅତ୍ୟାଚାର ସହି ଆସୁଛନ୍ତି ଏହି ବୃଦ୍ଧା। 

ଏହିପରି ଏକ ହୃଦୟ ବିଦାରକ ଘଟଣା ବଲାଙ୍ଗିର ସହରର ବରପାଲିପଡ଼ାରେ ଘଟିଛି। ତେବେ, କିଛି ଦିନ ତଳେ ଶାଶୂଙ୍କୁ ବୋହୂ ପୁଣି ମାରୁଥିବାର ଏକ ଭିଡ଼ିଓ ଭାଇରଲ ହେବାପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ମିଳିଥିବା ଖବର ଅନୁଯାଇ ବରପାଲିପଡ଼ାର ସାବିତ୍ରୀ ରାଉତ ବଡ଼ ପୁଅର ମୃତ୍ୟୁ ପରେ ବୋହୂ ପାଖରେ ରହୁଥିଲେ। କିନ୍ତୁ, ସବୁବେଳେ ଶାଶୂଙ୍କୁ ଘର ଛାଡିବାକୁ କହି ବୋହୂ ମଞ୍ଜୁଲତା ମାରଧର କରୁଥିଲେ ଏପରିକି କିଛି ଅନ୍ୟ ମହିଳାଙ୍କୁ ଲଗାଇ ସେ ସବିତ୍ରୀଙ୍କ ଉପରେ ଆକ୍ରମଣ କରାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଦେଖନ୍ତୁ ଭିଡ଼ିଓ:-

ତେବେ, କିଛି ଦିନ ତଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଯେଉଁଥିରେ ଉତକ୍ଷିପ୍ତ ହୋଇ ମଞ୍ଜୁଲତା ନିଜ ଶାଶୂଙ୍କ ଉପରେ ଆକ୍ରମଣ କରିବା ସହ ଘର ବାହାରକୁ ନେଇ ନିର୍ଦୟ ଭାବରେ ପିଟିଥିଲେ। ଘଟଣାଟିର ସମ୍ପୂର୍ଣ୍ଣ ଦୃଶ୍ୟ କ୍ୟାମେରାରେ ରେକର୍ଡ ହେବାପରେ ଏହି ମାମଲା ସାମ୍ନାକୁ ଆସିଥିଲା।

ଅପରପକ୍ଷରେ ପୀଡ଼ିତା ଶାଶୂ ଏବଂ ତାଙ୍କ ମଝିଆ ପୁଅ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇନଥିଲା। ତେଣୁ, ବାଧ୍ୟ ହୋଇ ନ୍ୟାୟ ଆଶାରେ ବୃଦ୍ଧା ଏବଂ ତାଙ୍କ ମଝିଆଁ ପୁଅ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ସୂଚନା ମିଳିଛି।