ସ୍ଵାମୀ ସାମ୍ନାରେ ଶାଶୁକୁ ଚାପୁଡ଼ା ସହ ପିଟିଲା ଉଦଣ୍ଡୀ ବୋହୂ, ଭାଇରାଲ୍ ହେଉଛି ବୋହୂର ଉଦ୍ଧତାମି, ଦେଖନ୍ତୁ ଭିଡ଼ିଓ

 

ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଜଣେ ବୋହୂ ନିଜ ଅସୁସ୍ଥ ବୃଦ୍ଧ ଶାଶୁଙ୍କୁ ମାଡ ମାରିବା ମାମଲା ସାମ୍ନାକୁ ଆସିଛି। ଏହାର ଭିଡିଓ ଦୁଇ ଦିନ ଧରି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଘରୋଇ ବିବାଦ ହେତୁ ବୋହୂ ତାଙ୍କ ବୃଦ୍ଧ ଶାଶୁଙ୍କୁ ମାଡ ମାରୁଥିବାର ନଜର ଆସିଛନ୍ତି। ରାଜେନ୍ଦ୍ର ପାର୍କ ପୋଲିସ ଷ୍ଟେସନରେ ବୋହୂ ଙ୍କ ନାଁରେ ଅଭିଯୋଗ କରାଯାଇଛି। ଏଥିରେ ବୋହୂ ଶାଶୁ ମା’ଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିବାର ଧମକ ଦେଇଥିବା ଅଭିଯୋଗ ହୋଇଛି। ଶନିବାର ଏହି ପ୍ରସଙ୍ଗରେ ପୋଲିସ ଉଭୟ ପକ୍ଷରେ ଅଭିଯୋଗ ପଞ୍ଜିକୃତ କରିଛି।

ସୂଚନାଯୋଗ୍ୟ, ଏହି ଘଟଣା ଗୁରୁଗ୍ରାମର ରାଜେନ୍ଦ୍ର ପାର୍କ ଅଞ୍ଚଳର। ପୋଲିସ ଅଧିକାରୀଙ୍କ କହିବାନୁସାରେ, ରାଜେନ୍ଦ୍ର ପାର୍କ ପୋଲିସ ଷ୍ଟେସନ ପରିସରର ରତନ ବିହାରରେ ରହୁଥିବା ଆୟୁଷ ମିତ୍ତଲ କହିଛନ୍ତି ଯେ ପାରିବାରିକ କଳହ ଯୋଗୁଁ ତାଙ୍କ ପତ୍ନୀ କବିତା ତାଙ୍କ ମା’ଙ୍କୁ ମାଡ଼ ମାରିଥିଲେ। ସେ କହିଥିଲେ ଯେ ଅତୀତରେ ମଧ୍ୟ କିଛି ପ୍ରସଙ୍ଗରେ ପାରିବାରିକ କଳହରେ ତାଙ୍କ ପତ୍ନୀ ତାଙ୍କ ମା ଅନସୁ ମିତ୍ତଲଙ୍କୁ ମାଡ ମାରିଥିଲେ ଏବଂ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। 

ଏଥି ସହ ପୀଡିତା ମହିଳା ଅନସୁ ଜିନ୍ଦଲ ପୋଲିସକୁ କହିଛନ୍ତି ଯେ ସେ ଘରର ଉପର ମହଲାରେ ରହୁଥିବାବେଳେ ବୋହୂ ଏବଂ ପୁଅ ପ୍ରଥମ ମହଲାରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୃଦ୍ଧାବସ୍ଥା ଏବଂ ଅସୁସ୍ଥତା ହେତୁ ସେ କାମ କରିବାକୁ ଅକ୍ଷମ ଥିବାରୁ ପୁଅକୁ ଘରେ ଏଟ ଚାକର ରଖିବାକୁ କହିଥିଲେ। ତେବେ ଏଇ କଥାକୁ ନେଇ ବୋହୂ କବିତା ରାଗିଯାଇ ମାଡ଼ ମାରିବା ଆରମ୍ଭ କରିଥିଲେ।

ଏହି ସମୟରେ ସେଠାରେ ଉପସ୍ଥିତ ଥିବା କବିତାଙ୍କ ସ୍ଵାମୀ ତଥା ବୃଦ୍ଧାଙ୍କ ପୁଅ ଆୟୁଷ ସମସ୍ତ ଘଟଣାର ଭିଡିଓ ରେକର୍ଡ କରିଥିଲେ। ଏହି ସମୟରେ ଅଭିଯୁକ୍ତ ବୋହୂ ମଧ୍ୟ ତାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଏଥି ସହିତ, ଏହି ମାମଲାରେ ରାଜେନ୍ଦ୍ର ପାର୍କର ଦାୟିତ୍ୱରେ ଥିବା ପୋଲିସ ଷ୍ଟେସନ କହିଛି ଯେ ଏହି ମାମଲାରେ ଭିଡିଓ ଏବଂ ଗ୍ରହଣ କରାଯାଇଥିବା ତାହିର ଯାଞ୍ଚ କରାଯାଉଛି। ଏହାକୁ ଆଧାର କରି ଏକ ମାମଲା ରୁଜୁ ହୋଇଛି। ଏହା ପରେ ଅଭିଯୁକ୍ତଙ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।