ଯବାନ କହି ଝିଅଙ୍କୁ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ରଖୁଥିଲା ନକଲି ଯବାନ, ଗୋଡେଇ ଧରିଲା ପୋଲିସ୍, ଜାଣନ୍ତୁ ପୁରା ଘଟଣା

 

ଝିଅଙ୍କୁ ଭଲ ପାଇ ଟଙ୍କା ଲୁଟିବାର ଏକ ଭଲ ଫର୍ମୁଲା ବାହାର କରିଛନ୍ତି ଏହି ଯୁବକ ଜଣଙ୍କ ! ନିଜକୁ ସରକାରୀ ଚାକିରିଆ କହି ଗୋଟିଏ ପରେ ଗୋଟିଏ ଝିଅକୁ ଫସାଉଥିଲେ ଅନଲାଇନ୍ ରେ । କେବଳ ଫସାଇ ପ୍ରେମ କରୁଥିଲେ ତାହା ନୁହେଁ ବରଂ ସୁଯୋଗ ଉଣ୍ଡି ତା ପାଖରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ନିକଟରେ ରାଉଲକେଲା ପୋଲିସ୍ ଏପରି ଏକ ଅଭିଯୁକ୍ତକୁ ଗିରଫ କରିଛି । ସୂଚନା ଅନୁସାରେ ଯୁବକ ଜଣଙ୍କ ହେଉଛନ୍ତି ତେଲେଙ୍ଗାନାର ବାସିନ୍ଦା । ତାଙ୍କ ନାଆଁ ହେଉଛି କେ. ସଦାଶିବ । ସଦାଶିବ ନିଜକୁ ଆରପିଏଫ ରେ କନେଷ୍ଟବଳ ଅଛନ୍ତି ବୋଲି କହି ପରିଚୟ ଦେଉଥିଲେ । 

ସେ ନିଜର ଏକ ଭଲ ପ୍ରୋଫାଇଲ୍ କ୍ରିଏଟ୍ କରିଥିଲେ ସୋସିଆଲ ମିଡିଆରେ । ଯାହାକୁ ସହଜରେ ବିଶ୍ୱାସ କରି ଯାଉଥିଲେ ଅନେକ ଯୁବତୀ । ସେ ପ୍ରଥମେ ଯୁବତୀ ମାନଙ୍କୁ ପ୍ରେମ ପ୍ରସ୍ତାବ ଦେଉଥିଲେ ଓ ପରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ତାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ବି ଦେଉଥିଲେ ।

ସୂଚନା ଅନୁସାରେ ସେ ପ୍ରାୟ ଦଶ ରୁ ବାର ଜଣ ଝିଅଙ୍କୁ ଏପରି ସୋସିଆଲ ମିଡିଆରେ ଠକିଛନ୍ତି । ହେଲେ କଥାରେ ଅଛି ପରା ଚୋର ଘର ସବୁବେଳେ ଅନ୍ଧାର ନ ଥାଏ । ରାଉଲକେଲା ପୋଲିସ୍ ଏହାର ସୂଚନା ପାଇବା ମାତ୍ରେ ବିଚ୍ ରାସ୍ତାରୁ ଗିରଫ କରିଛି ଅଭିଯୁକ୍ତ ଯୁବକ ଜଣଙ୍କୁ । ଯାହା ପରେ ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍ ।