ପ୍ରେମିକ ପାଇଁ ବାପା ମା'ଙ୍କୁ ମାରିଲା, ଆଉ ଶବ ଆଗରେ ପ୍ରେମିକ ସହିତ ରୋମାନ୍ସ କଲା ଝିଅ, ଜାଣନ୍ତୁ ପୁରା ଘଟଣା

 

ଲୋକେ କହନ୍ତି ପ୍ରେମ ପାଇଁ ସବୁ ସମ୍ଭବ।ହେଲେ କଣ ସତରେ ପ୍ରେମ ପାଇଁ ମଣିଷ ମାନବିକତାକୁ ବି ଭୂଲି ଯାଇପାରେ। ମଣିଷରୁ ରାକ୍ଷସ ବି ପାଲଟିପାରେ।ଯଦି ପ୍ରେମ ମଣିଷକୁ ଅମଣିଷ କରିଦିଏ ତେବେ ଏହାକୁ ପ୍ରେମ କୁହାଯିବ ନ ହିଂସ୍ରତା ନା ପାଗଳାମୀ।ଆମେ ପ୍ରେମକୁ ନେଇ ଏପରି କଥା ମନରୁ କହୁ ନାହୁଁ ଆଜ୍ଞାଆମ ସାମ୍ନାକୁ ଆସୁଥିବା ଏକ ଘଟଣାର ଆଧାରରେ କହୁଛୁ। ଯାହା ଜାଣିବା ପରେ ଆପଣ ବି ହୋଇ ଯିବେ ଆଶ୍ଚର୍ଯ୍ୟ। ପ୍ରେମ ନାମକ ଶବ୍ଦରୁ ବିଶ୍ୱାସ ଉଠିଯିବ ଆପଣଙ୍କର।କାରଣ ଘଟଣାଟି ହିଁ ସେହିପରି ଘୃଣ୍ୟ।

ପ୍ରେମକୁ ନେଇ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁରରେ। ଝିଅର ନାମ କୋମଲ। ବାପା, ମାଆଙ୍କର ଏକ ମାତ୍ର ଝିଅ। ପ୍ରେମ କରୁଥିଲା ଏକ ଯୁବକକୁ। ହେଲେ ବାପା, ମା ରାଜି ନ ଥିଲେ ଝିଅର ପ୍ରେମକୁ ନେଇ। ସ୍ଵପ୍ନ ଥିଲା ଏକ ଭଲ ଘରେ ଝିଅକୁ ବାହା ଦେବେ। ବାପା, ମାଙ୍କ ହସ୍ତକ୍ଷେପ ହେତୁ କୋମଲ ନିଜ ପ୍ରେମିକ ସହିତ ଦେଖା ବି କରି ପାରୁ ନ ଥିଲେ।

ଯେଉଁଥିପାଇଁ ହିଁସ୍ର ହୋଇଯାଇଥିଲେ ପ୍ରେମୀ ଯୁଗଳ।କୋମଲ ଓ ତାଙ୍କ ପ୍ରେମିକ ମିଶି କୋମଲ ର ବାପା,ମାଙ୍କୁ ମାରିବାର ଯୋଜନା କରିଥିଲେ। ଯୋଜନା ଅନୁସାରେ କୋମଲ ରାତ୍ରି ଭୋଜନରେ ନିଜ ବାପା, ମାଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ଯାହା ପରେ ଦୀର୍ଘ ସମୟ ଧରି ଶୋଇ ରହିଥିଲେ ବାପା, ମା। ତା ପରେ ସେ ତାଙ୍କ ପ୍ରେମିକ କୁ ଡାକି  ଦୁହେଁ ମିଶି ବାପା ,ମା ଶୋଇଥିବା ସମୟରେ ମାରିଦେଇଥିଲେ କୋମଲ ର ବାପା, ମାଙ୍କୁ।

ଏତିକିରେ ବି ମନ ବୁଝି ଲାନି ଯେ କୋମଲ ନିଜ ବାପା ମାଙ୍କୁ ମାରି ଏତେ ଖୁସି ଥିଲେ ଯେ ସେ ଲିପ୍ କିସ୍ କରିବା ସହିତ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଥିଲେ ନିଜ ପ୍ରେମିକଙ୍କ ସହ। ତା ପୁଣି ନିଜ ବାପା ମାଙ୍କ ଶବ ସାମ୍ନାରେ।

ପରେ ଏହି ଅଭିଯୋଗ ପହଞ୍ଚିଥିଲା ପୋଲିସ ପାଖରେ।ପୋଲିସ ତଦନ୍ତ କରି ଜାଣିପାରିଥିଲା ସତ୍ୟ।ପରେ କୋମଲ ଓ ତାଙ୍କ ପ୍ରେମିକ କୁ ଗିରଫ କରିଥିଲା ପୋଲିସ। ଏହି ଘଟଣା ଟି ୨୦୨୨ ମସିହାର।ହେଲେ ଏବେ କୋମଲ ବେଲ୍ ପାଇଁ ଆବେଦନ କରିଛନ୍ତି। ଦେଖାଯାଉ କୋମଲଙ୍କ ଏତେ ଘୃଣ୍ୟ କାର୍ଯ୍ୟ ପରେ ନ୍ୟାୟପାଳିକା ତାଙ୍କ ବେଲ୍ ଆବେଦନକୁ ସ୍ବୀକାର କରୁଛନ୍ତି କି ନାହିଁ।