ମିଛ ନାଁ ନେଇ ଯୁବତୀଙ୍କୁ ପ୍ରେମଜାଲରେ ଫସେଇ ଦେହସୁଖ ନେଲା ଯୁବକ, ହେଲେ ସତଜାଣିବା ପରେ, ଜାଣନ୍ତୁ ପୁରା ଘଟଣା

 

କୁହାଯାଏ ପ୍ରେମ କୁଆଡେ ଅନ୍ଧ କରିଦିଏ ଲୋକଙ୍କୁ। କିଛି ଦିନର ପ୍ରେମ ଆଗରେ ଫିକା ପଡ଼ି ଯାଏ ଦୀର୍ଘ ଦିନର ମା , ବାପା ଓ ଭାଈ ଭଉଣୀର ସମ୍ପର୍କ। ପ୍ରେମ ଦେଖେନା ଜାତି, ଧର୍ମ ବୟସ କି ଟଙ୍କା ପଇସା। ଏତ ବିଶ୍ଵାସର ସମ୍ପର୍କ ଟିକେ। ବିଶ୍ୱାସ କୁ ଆଧାର କରି ଗଢ଼ି ଉଠିଥାଏ ପ୍ରେମ। ହେଲେ ଥରେ ଭାବି ଦେଖିଲେ ଯଦି ସେଇ ବିଶ୍ୱାସ ର ନାଆ ଟା ଅଧା ନଈରେ ବୁଡ଼ି ଯାଏ ତେବେ କଣ କରିବ ମଣିଷ। ନା ସେ କୂଳକୁ ଫେରି ପାରିବ ନା ପହଁରି ବାର ଆଉ ସାହସ ଥିବ ତା ପାଖରେ।

ଆଜ୍ଞା ହଁ ଆଜିର ଯୁବପିଢୀ ଅଵସ୍ଥା ଠିକ୍ ସେହିପରି। ଦୁଇ ଦିନର ଦେଖାରେ ବିଶ୍ୱାସ ର ସହିତ ପ୍ରେମ ଆରମ୍ଭ ସିନା କରି ଦେଉଛନ୍ତି ହେଲେ ଆଧା ବାଟରେ ବିଶ୍ୱାସ ହରାଇ ନିରାଶ ହୋଇପଡୁଛନ୍ତି। କିଏ ସାହସ ଭରି ପୁଣି ଆଗକୁ ଯାଉଛିତ କିଏ ସେଇଠି ଜୀବନର ସବୁ କିଛି ସାରି ଗଲା ଭାବି ଜୀବନ ହାରି ଦେଉଛି। ଏପରି ଅନେକ ଘଟଣା ଘଟୁଛି ପ୍ରତିଦିନ କିଛି ପରଦା ସାମ୍ନାକୁ ଆସୁଛି ତ ଆଉ କିଛି ପରଦ ପଛରେ ରହି ଯାଉଛି।

ଠିକ୍ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ରେ , ଯୁବତୀ ଜଣଙ୍କ ପ୍ରେମ ପାଇଁ ନିଜ ପରିବାର ଲୋକଙ୍କୁ ଛାଡି ପଲେଇ ଆସିଥିଲେ ସାରାଦିନ ପାଇଁ। ପ୍ରେମିକକୁ ବିବାହ କରିବେ। ଖୁସିରେ ଘର ସଂସାର କରିବେ। ପରେ ତାଙ୍କ ଖୁସି ଦେଖି ଘର ଲେକେବି ଆପଣାଇ ନେବେ ତାଙ୍କୁ। ହେଲେ ଯୁବତୀ ଜଣକ ଜାଣି ଥିଲେ ସେଇ ପ୍ରେମ ଦିନେ ତାଙ୍କ ଜୀବନ ନେଇଯିବ ବୋଲି।

ଯୁବତୀଙ୍କ ନାମ ପିଙ୍କି। ପିଙ୍କି ଗୋଟେ ଜିମ ସେଣ୍ଟର୍ ରେ କାମ କରୁଥିଲେ। ପିଙ୍କି ନିଜର ଅପଡେଟ ଫଟୋ ଓ ଭିଡ଼ିଓ କରି ପୋଷ୍ଟ କରନ୍ତି ସୋସିଆଲ ମିଡ଼ିଆରେ। ସାକିମ୍ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆରେ ଫ୍ରେଣ୍ଡ୍ ଥିବାସହ ତାଙ୍କ ର ସବୁ ଭିଡିଓ ଓ ଫଟୋକୁ ଲାଇକ ମଧ୍ୟ କରେ। ସାକିମ୍ ଯେମିତି ଜାଣିବାକୁ ପାଇଲା ପିଙ୍କି ଜୀମ ସେଣ୍ଟର୍ ରେ କାମ କରନ୍ତି ବୋଲି ସେ ମଧ୍ୟ ଉକ୍ତ ଜୀମ୍ ସେଣ୍ଟର ରେ ନାମ ଲେଖାଇଲା । ସେଉଠୁ ଦୁହିଁଙ୍କର କଥା ବାର୍ତ୍ତା ଓ ପ୍ରେମ ସମ୍ପର୍କ ଆଗକୁ ପଢିଲା। ପିଙ୍କି ନିଜ ଘର ଲୋକଙ୍କୁ ନିଜ ପ୍ରେମ ବିଷୟରେ ଜଣେଇଥିଲେ। ଏବଂ ସକିମ ଙ୍କୁ ବାହା ହେବେ ବୋଲି ଘରେ କହିଥିଲେ। ହେଲେ ଘର ଲୋକେ ମନା କରିବାରୁ ପିଙ୍କି ରାଗରେ ଘର ଛାଡ଼ି ଚାଲି ଆସିଥିଲେ। ଏକ ଭଡ଼ାଘରେ ନିଜ ପ୍ରେମିକ ସହିତ ରହୁଥିଲେ।

ଏପଟେ ପିଙ୍କି ଙ୍କ ଭାଇ ନିଜ ଭଉଣୀ ପ୍ରେମିକର ବାଗ୍ରାଉଣ୍ଡ ଜାଣିବା ପାଇଁ ଆରମ୍ଭ କଲେ ମିଶନ। ଉଦ୍ଦେଶ୍ୟ ଥିଲା ଯଦି ପିଲାଟି ଭଲ ସାବ୍ୟସ୍ତ ହେବ ତେବେ ପିଙ୍କି ର ବାହାଘର ତା ସହିତ କରାଇବେ। ହେଲେ ଭାଇର ହାତରେ ଯେଉଁ ତଥ୍ୟ ଲାଗିଲା ତାହା ଚମକାଇ ଦେଇଥିଲା ସମସ୍ତଙ୍କୁ। ଭାଇ ଜାଣିବାକୁ ପାଇଲେ ଯେ ସାକିମ୍ ଆଗ ରୁ ବିବାହିତ ତାଙ୍କର ଛୁଆ ମଧ୍ୟ ଅଛି। ଏହା ଜାଣିବାପରେ ସେ ତାଙ୍କ ଭଉଣୀ ପିଙ୍କି କୁ ସବୁ କଥା କହିଥିଲେ। ପିଙ୍କି ପାଦ ତଳୁ ମାଟି ଖସି ଯାଇଥିଲା। ହେଲେ ସେ ଏଥିରେ ମଧ୍ୟ ନିଜକୁ ସମ୍ଭାଳି ନେଇଥିଲା।

ପ୍ରେମିକ ଘରକୁ ଆସିବାରୁ ସେ ତାଙ୍କୁ ସବୁ କଥା କହି ସତ କହିବାକୁ କହିଥିଲେ। ସାକିମ ମଧ୍ୟ ସତ ମାନିଥିଲା ସବୁ। ପିଙ୍କି ଏତେ ସବୁ ପରେ ମଧ୍ୟ ସାକିମ କୁ ବିବାହ କରିବାକୁ ରାଜିଥିଲେ ହେଲେ ସାକିମ୍ ବାହା ହେବନି ବୋଲି ମନା କରିଦେଇଥିଲା। ଯାହାକୁ ସହି ପାରିନଥିଲେ ପିଙ୍କି। ଜୀବନ ହାରି ଦେଇଥିଲେ ପିଙ୍କି । ଏପଟେ ଘର ଲୋକେ ପିଙ୍କି କୁ ସାକିମ୍ ମାରିଦେଇଥିବା ଅଭିଯୋଗ କରିଛନ୍ତି ଥାନାରେ। ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଦେଇଛି। ଦେଖିବାକୁ ବାକି ରହିଲା ସକିମ୍ କୁ କି ଦଣ୍ଡ ଦଉଛି ନାୟବ୍ୟବସ୍ଥା।