ଝଗଡ଼ା ହେବାରୁ ନ୍ୟୁଜ୍ ଆଙ୍କରଙ୍କୁ ରାତି ଅଧରେ ମନ୍ଦିର ପଛକୁ ଟେକିନେଲା ଜିମ୍ ଟ୍ରେନର, ଆଉ ତାପରେ...

 

ଦୀର୍ଘ ୫ବର୍ଷ ତଳର କଥା ଅଭିଯୁକ୍ତ ପଡ଼ିଲେ ଧରା ଅନେକ ଦିନ ଧରି ଖୋଜୁଥିଲା ପୋଲିସ୍। ଆଜ୍ଞା ହଁ, ୫ବର୍ଷ ତଳେ ଜଣେ ଯୁବତୀଙ୍କୁ ମସ୍ତି ଫେରାର ହୋଇ ଯାଇଥିଲେ ୩ ଯୁବକ।ଅନେକ ଖୋଳତାଳ ସତ୍ତ୍ୱେ ଫେଲ୍ ମାରିଥିଲା ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ହେଲେ କୁହାଯାଏ ଚୋରର ଘର ସବୁବେଳେ ଅନ୍ଧାର ନ ଥାଏ। ଦିନେ ନା ଦିନେ ତାକୁ ସାମ୍ନା କରିବାକୁ ପଡ଼ିଥାଏ ଆଲୋକକୁ। ଠିକ୍ ସେହିଭଳି ଘଟିଛି ଏହି ଘଟଣା।

ଘଟଣାଟି ଛତିଶଗଡ ରାଜ୍ୟର,ଜଣେ ଯୁବତୀଙ୍କ ନାମ ସଲମା ସୁଲତାନ,ଦଶମ ପରୀକ୍ଷା ଦେଇ ପାଦ ଥାପିଥିଲେ ଆଙ୍କରିଙ୍ଗ ଦୁନିଆରେ।ବେଶ୍ ଆଗକୁ ବି ଗଲେ। ଘରେ ଘରେ ପରିଚିତ ହେଲେ। ଲୋକେ ବେଶ୍ ପସନ୍ଦ କରୁଥିଲେ ତାଙ୍କ ଆଙ୍କରୀଙ୍ଗକୁ। ସେହି ସମୟରେ ସେ ଏକ ଜିମ୍ ସେଣ୍ଟର ରେ ଯୋଗ ଦେଇଥିଲେ।ପରେ ସେଠାର ଏକ ଟ୍ରେନର ସହିତ ଗଢି ଉଠିଥିଲା ତାଙ୍କର ପ୍ରେମ ସମ୍ପର୍କ।

କିଛି ଦିନର ପ୍ରେମ ସମ୍ପର୍କ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ପ୍ରେମୀକଙ୍କ ଅନ୍ୟ ପ୍ରେମିକାଙ୍କ ବିଷୟରେ। ଯେଉଁଥିପାଇଁ ଦୁହିଁ ଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା କଳହ। କଳହ ଏତେ ବଢି ଯାଇଥିଲା ଯେ ପ୍ରେମିକ ଜଣକ ପ୍ରେମିକାଙ୍କ ଜୀବନ ନେବାକୁ ପଛାଇ ନ ଥିଲା। ପ୍ରେମିକ ଜଣକ ଆଉ ୩ଜଣଙ୍କ ସହିତ ମିଶି ପ୍ରେମିକାଙ୍କୁ ମାରି ପୋତି ଦେଇଥିଲେ ମନ୍ଦିର ପଛପଟେ। ଯେଉଁଠି ଏବେ ଛିଡ଼ା ହୋଇଛି ବିଶାଳ ବ୍ରିଜ୍।

ଘଟଣାଟି ଏବେକାର ନୁହେଁ। ଘଟଣାକୁ ବିତିଯାଇଛି ୫ବର୍ଷ, ୫ବର୍ଷ ଧରି ପୋଲିସ ଧରିପାରି ନଥିଲା ଅଭିଯୁକ୍ତକାରୀକୁ। ହେଲେ ଏବେ ଧରା ପଡିଛନ୍ତି ଅଭିଯୁକ୍ତ।