ଅନ୍ୟକୁ ଶିକ୍ଷା ଦେଉଥିବା ଶିକ୍ଷକ ନିଜ ମାଆକୁ କେମିତି ଚଳେ କଚାଡ଼ି ମାଡ଼ ମାରୁଛି, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

 

ଦିନେ ନିଜ ହାତରେ ଯେଉଁ ପୁଅକୁ ପାଳିପୋଷି ବଡ଼ କରିଥିଲା। ଦୁନିଆ ଆଗରେ ମଣିଷ କରିଥିଲା ସେଇ ପୁଅ ଚାକିରୀ କରି ବଡ଼ ମଣିଷ ହେବାପରେ ମାଆକୁ ଦେଉଛି ଅକଥନୀୟ ନିର୍ଯାତନା। ବଳ ବୟସ ନଥିବା ବୃଦ୍ଧା ମାଆର ତଣ୍ଟି ଚିପି ପୁଅ ତଳେ କଚାଡି ଦେଉଥିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହିତ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ସୂଚନା ମିଳିଛି।

ଅନୁଗୋଳ ଜିଲ୍ଲାର କିଶୋରନଗର ଥାନା ଉସୁକାପଲି ପଞ୍ଚାୟତର କଟପାଲି ଗାଁର ଜଣେ ଅବସରପ୍ରାପ୍ତ ଶିକ୍ଷକ ହୃଷିକେଶ ପ୍ରଧାନ ନିଜ ମାଆ ସରସ୍ବତୀ ସାହୁଙ୍କ ପ୍ରତି ଏଭଳି ଅତ୍ୟାଚାର କରି ଆସୁଥିଲେ। ଭାଇରାଲ ହେଉଥିବା ଭିଡ଼ିଓରେ ହୃଷିକେଶ ସରସ୍ୱତୀଙ୍କ ତଣ୍ଟି ଚିପିଦେବା ସହ ତାଙ୍କୁ କଚାଡି ଦେଉଥିବା ଦେଖିବାକୁ ମିଳିଛି। ଘଟଣାର ଭିଡ଼ିଓ ଭାଇରାଲ ହେବା ସହ ପୀଡିତାଙ୍କ ସାନ ବୋହୂ ପ୍ରଭାସିନି ସାହୁ କିଶୋରନଗର ଥାନାରେ ଅଭିଯୋଗ କରିଥିଲେ। ପରେ ପୋଲିସ ଏଥିନେଇ ଏକ ମାମଲା ରୁଜୁ କରି ହୃଷିକେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଖନ୍ତୁ ଭିଡ଼ିଓ-

ମିଳିଥିବା ସୂଚନା ଅନୁଯାଇ ସରସ୍ୱତୀଙ୍କର ବଡ଼ ପୁଅ ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରିସାରିଛନ୍ତି। ସାନ ପୁଅ ହୃଷିକେଶ ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଅଟନ୍ତି। କିନ୍ତୁ, ସରସ୍ୱତୀ ବିଧବା ବଡ଼ ବୋହୂ ପାଖରେ ହିଁ ରହି ଆସୁଥିଲେ। ତେବେ, କିଛି ମାସ ତଳେ ସାନ ପୁଅ ତାଙ୍କୁ ନିଜ ପାଖକୁ ନେଇ ଆସିଥିଲେ। ସେହି ସମୟରେ ସେଠାରେ ସାନ ପୁଅ ଏବଂ ବୋହୂ ନିର୍ଯାତନା ଦେବାରୁ ସରସ୍ୱତୀ ପୁଣି ବଡ଼ ବୋହୂ ପାଖକୁ ଫେରି ଆସିଥିଲେ। ଭାଇରାଲ ହେଉଥିବା ଭିଡ଼ିଓଟି ସେ ବଡ଼ ପୁଅ ପାଖରେ ଥିବା ସମୟର ବୋଲି କୁହାଯାଉଛି।