ଟଙ୍କା ନେଇ ବ୍ଲାକମେଲ୍ କରୁଥିଲା ଏକ୍ସ-ଗାର୍ଲଫ୍ରେଣ୍ଡ, ସହିନପାରି ଆତ୍ମହତ୍ୟା କରିଲେ ଯୁବକ, ଜାଣନ୍ତୁ ପୂରା ଘଟଣା

 

ପୂର୍ବତନ ପ୍ରେମିକାର ବ୍ଲାକମେଲିଂ ନେଇଗଲା ଜୀବନ। ବ୍ରେକଅପ ପରେ ପ୍ରେମିକା ଦେଉଥିବା ଅପମାନ ଏବଂ ତାଙ୍କ ପରିବାର ଲୋକଙ୍କ ନିର୍ଯାତନାକୁ ସହି ନ ପାରି ଆତ୍ମହତ୍ୟା କରିଦେଲେ  ଇଞ୍ଜିନିଅରିଂ ଛାତ୍ର। ଛାତ୍ର ଜଣକ ପାରାଦ୍ୱୀପ ଅଞ୍ଚଳର ଶ୍ରୀତମ ସ୍ୱାଇଁ ହୋଇଥିବା ବେଳେ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ଖବର ଅନୁଯାଇ ଗୁଣୁପୁର GIET ରେ ତୃତୀୟ ବର୍ଷରେ ପାଠ ପଢୁଥିବା ଶ୍ରୀତମ ଜଣେ ମେଧାବୀ ଛାତ୍ର ଥିଲେ। ତାଙ୍କର ଉକ୍ତ ଯୁବତୀଙ୍କ ସହିତ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିଲା। ଏହାରି ଭିତରେ ଯୁବତୀ ଜଣକ ବାପାଙ୍କ ଦେହ ଖରାପ ଥିବା କଥା କହି ଶ୍ରୀତମଙ୍କ ଠାରୁ ୨ ଲକ୍ଷ ଟଙ୍କା ନେଇଥିଲେ। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଉଭୟଙ୍କର ବ୍ରେକ୍-ଅପ୍ ହୋଇଯାଇଥିଲା। ବ୍ରେକ୍-ଅପ୍ ପରେ ଶ୍ରୀତମ ଦେଇଥିବା ୨ ଲକ୍ଷ ଟଙ୍କା ମାଗିବାରୁ ତାଙ୍କୁ ଫାଙ୍କି ଚାଲିଥିଲେ ଏହି ଯୁବତୀ।

ଏପରିକି ବାରମ୍ବାର ଦେଇଥିବା ଟଙ୍କା ମାଗିବାରୁ ଯୁବତୀଙ୍କ ଭାଇ ଶ୍ରୀତମଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହି ସବୁ କଥାରୁ ମାନସିକ ଭାରସାମ୍ୟ ହରାଇ ଶ୍ରୀତମ କଟକ ସ୍ଥିତ ଏକ ହୋଟେଲ ରୁମରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୋଲିସ ଏବଂ ସାଙ୍ଗମାନେ ସେଠାରେ ପହଞ୍ଚି ତାଙ୍କୁ ପ୍ରଥମେ କଟକ ବଡ଼ ମେଡ଼ିକାଲ ଏବଂ ପରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ହେଁ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ଶ୍ରୀତମଙ୍କ ପରିବାର ଲୋକେ ଏଥିନେଇ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।