ଭାଇ ପାଇଁ ଭଉଣୀ ହେଲା ଗର୍ଭବତୀ, ରକ୍ଷାବନ୍ଧନରେ ହିଁ ଭାଇକୁ ହେଲା ୨୦ ବର୍ଷ ଜେଲ୍, ଜାଣନ୍ତୁ ପୁରା ଘଟଣା

 

ଭାଇ ଓ ଭଉଣୀର ସମ୍ପର୍କ ଏକ ପବିତ୍ର ଓ ବିଶ୍ଵାସର ସମ୍ପର୍କ।ଭଉଣୀ ଟିଏ ପାଖରେ ତା ଭାଇଥିଲେ ତା ମନରୁ ଭୟ ନାମକ ଜିନିଷ ଟା ଦୂରେଇ ଯାଏ।ଭାଇ ଟି ଛୋଟ ହେଉ କି ବଡ ,ଭଉଣୀ ପାଇଁ ସେ ସଦାସର୍ବଦା ସୁରକ୍ଷାର କବଜ ପରି କାମ କରିଥାଏ। କାହିଁ କେଉଁ ଯୁଗରୁ ଏହି ଭାଇ ଭଉଣୀ ସମ୍ପର୍କର ମଧୁରତା ପାଳନ କରି ଆସୁଛି ସମାଜ। ଭଉଣୀ ଜୀବନରେ ଭାଇ ଓ ଭାଇର ଜୀବନରେ ଭଉଣୀର ଏକ ବିଶେଷ ଭୂମିକା ରହିଛି। ହୁଏତ ସେ ସ୍ଥାନ ଅନ୍ୟ କାହା ଦ୍ୱାରା ପୂରଣ କରିବା ଅସମ୍ଭବ। 

ହେଲେ ଥରେ ଭାବି ଦେଖିଲେ ଯଦି ସେଇ ଭାଇ ଭଉଣୀ ପାଇଁ ପାଲଟି ଯାଏ ରାକ୍ଷ।ସ । କାହାକୁ କହିବ ସେ  ଏ ଦୁଃଖ । ଦୁନିଆରେ  ସେ ଆଉ କାହା ଉପରେ କରିବ ବିଶ୍ୱାସ। ଆଜ୍ଞା ହଁ ଏ କଥା ଆମେ କହୁ ନାହୁଁ କହୁଛି ଘଟିଥିବା ଘଟଣା, ଯାହା ଭାଇ ଓ ଭଉଣୀ ସଂପର୍କରେ ଲଗାଇ ଦେଇଛି କଳଙ୍କ। ଏହା ଆମ ସମାଜ ପାଇଁ ଏକ ନିନ୍ଦନୀୟ ଓ ଦୁଃଖଦ ଘଟଣା ।

ଦୁର୍ଘଟଣା ଟି ମାଲକାନଗିରି ଜିଲ୍ଲାର। ସେଠାରେ ଏକ ଭାଇ ତାର ଭଉଣୀ ସହିତ ଦୁଷ୍କର୍ମ କରିବା କଥା ଆଖି ସାମ୍ନାକୁ ଆସିଛି। କଥାଟି ଉକ୍ତ ସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଲୋକେ ଘଟଣା ଟିକୁ ନେଇ ନିନ୍ଦା କରିବା ସହିତ ଦୁଃଖ ମଧ୍ଯ ପ୍ରକାଶ କରିଛନ୍ତି।

ଘଟଣା ଅନୁସାରେ ଜଣେ ଯୁବକ ତାର ଚଉଦ ବର୍ଷର ନାବାଳିକା ଭଉଣୀକୁ ଥରେ ନୁହେଁ ବରଂ ବାରମ୍ବାର ଦୁଷ୍କର୍ମ କରିଛି। କେବଳ ଦୁଷ୍କର୍ମ ନୁହେଁ ଆଜ୍ଞା ଝିଅ ଟି ଗର୍ଭବତୀ ହେବାର ମଧ୍ୟ ଜଣା ପଡିଛି। ଘଟଣାଟିରୁ ଜଣା ପଡ଼ିଛି ଯେ ଯୁବକ ଜଣକ ୨୦୧୮ ରୁ ୨୦୧୯ମଧ୍ୟରେ ଭଉଣୀ ସହିତ ଅନେକ ଥର ଦୁଷ୍କର୍ମ କରିଛନ୍ତି।ପ୍ରଥମେ ଏହି ଅଭିଯୋଗ ଟି ମାଲକାନଗିରି ସ୍ଥାନୀୟ କୋର୍ଟରେ ଦାଖଲ କରାଯାଇଥିଲା। ପରେ ବିଚାରପତି ଯୁବକ ଟିକୁ ଦୋଷୀ ସାବ୍ୟସ୍ତ କରିଥିଲେ।

ସେହିପରି ୨୦୨୦ରେ ମଧ୍ୟ ଯୁବକ ନାଆଁ ରେ ଆଉ ଏକ ଅଭିଯୋଗ ଆସିଥିଲା।ଅଭିଯୋଗ ଅନୁସାରେ କଥାଟିକୁ ପ୍ରଚାର ପ୍ରଘଟ ନ କରିବା ପାଇଁ ସେ ବାରମ୍ବାର ଧମକ ଦେଉଥିଲେ ଝିଅ ଟିକୁ। ପରେ ମାମଲା ଟି ପହଂଚି ଥିଲା ହାଇକୋର୍ଟ ପାଖରେ। ହାଇକୋର୍ଟ ଅଭିଯୁକ୍ତକୁ ୨୦ବର୍ଷ ଜେଲ୍ ଦଣ୍ଡ ଦେବା ସହିତ ଜୋରିମାନା ବାବଦକୁ ୪୦ହଜାର ଟଙ୍କାର ଶୁଣାଣି କରିଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଭଳି ଏକ ପବିତ୍ର ଦିନରେ ଏହି ଶୁଣାଣି କରିଥିବା ବିଚାରପତି ଏସକେ ସାହୁ ନିଜର ଦୁଃଖ ପ୍ରକାଶ କରିଛନ୍ତି ।