ଦେଖନ୍ତୁ ଭିଡ଼ିଓ: ଟ୍ୟୁସନ କରୁ କରୁ ସୁଯୋଗ ପାଇ ଛାତ୍ରର ମାଆଙ୍କ ଉପରେ ମାଡି ବସିଲା ମାଷ୍ଟ୍ର ! ଏବେ ବାନ୍ଧି ନେଲା ପୋଲିସ

 

ପଦାରେ ପଡ଼ିଲା ରସିକିଆ ଟିଉସନ୍ ସାରଙ୍କର କାଣ୍ଡ କାରନାମା। ଛାତ୍ରଙ୍କୁ ପଢ଼ାଇବାକୁ ଘରକୁ ଯାଇଥିବା ବେଳେ କିନ୍ତୁ ଛାତ୍ରର ମାଆଙ୍କ ଉପରେ ଟିଉସନ୍ ସାରଙ୍କର ଖରାପ ନଜ଼ର। ଆଜ୍ଞା ହଁ, ପଢ଼ାଇବାକୁ ଆସି ଜଣେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଟିଉସନଙ୍କୁ ପୋଲିସ ଗିରଫ କରିଛି। 

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାରେ ସରକାରୀ ସ୍କୁଲର ପିଅନ ଭାବରେ ଚାକିରୀ କରନ୍ତି ଅଶୋକ ଦାସ। ପିଅନ ଭାବରେ ଚାକିରୀ କରିବା ବ୍ୟତୀତ ଅଶୋକ ଘର ଘର ବୁଲି ଟ୍ୟୁସନ ମଧ୍ୟ କରିଥାନ୍ତି। ଏହାରି ଭିତରେ ସେ ମାର୍ଶାଘାଇ ଅଞ୍ଚଳରେ ଜଣେ ମହିଳାଙ୍କ ପୁଅଙ୍କୁ ଟିଉସନ କରନ୍ତି। ଉକ୍ତ ମହିଳାଙ୍କ ଉପରେ ଅଶୋକଙ୍କର ଦୀର୍ଘ ଦିନ ହେବ ଖରାପ ନଜ଼ର ରହିଥିଲା।

  <a href=https://youtube.com/embed/7rat2_f1sqw?autoplay=1&mute=1><img src=https://img.youtube.com/vi/7rat2_f1sqw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ, ଘଟଣାଦିନ ଅଶୋକ ଟ୍ୟୁସନ କରିବା ପାଇଁ ମହିଳାଙ୍କ ଘରେ ପହଞ୍ଚିଥିଲେ। ଘରେ କେହିନଥିବାର ଫାଇଦା ଉଠାଇ ଅଶୋକ ଉକ୍ତ ମହିଳାଙ୍କ ହାତ ଧରିବା ସହିତ ଅସଦାଚରଣ କରିବା ଆରମ୍ଭ କରିଦେଇଥିଲେ। ସାରଙ୍କର ଏଭଳି ଆଚରଣ ଦେଖି ମହିଳା ଜଣକ ଚିଲ୍ଲାଇବାକୁ ଲାଗିଥିଲେ। ପଡ଼ୋଶୀ ଘର ଲୋକେ ପାଟି ଶୁଣି ମହିଳାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଅଶୋକଙ୍କୁ ଗିରଫ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି।