ମୁମ୍ବାଇରେ ଭୟଙ୍କର ଗଣଦୁଷ୍କର୍ମ, ଯୁବତୀଙ୍କୁ ଦୁଷ୍କର୍ମ ପରେ ଗୁପ୍ତାଙ୍ଗରେ ଭର୍ତ୍ତି କଲେ ଲୁହା ରଡ୍, ଆଉ ତାପରେ ଯୁବତୀଙ୍କୁ...

 

ମାୟାନଗରୀ ମୁମ୍ବାଇରୁ ପୁଣି ଏକ ଲୋମହର୍ଷକାରୀ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଠାକାର ସାକିନାକା ଅଞ୍ଚଳରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରି ଦୁର୍ବୁତ୍ତମାନେ ରାସ୍ତା କଡ଼ରେ ପିଙ୍ଗି ଦେଇଥିଲେ। ଏହି ଘଟଣାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଏହି ଅପରାଧରେ ଅନ୍ୟ କିଛି ଲୋକ ସାମିଲ ଥିବା ସନ୍ଦେହ କରୁଛି।

ମିଳିଥିବା ସୂଚନା ଅନୁଯାଇ ଶୁକ୍ରବାର ସକାଳେ ସାକିନାକା ଖାଇରାନି ରାସ୍ତା କଡ଼ରେ ଜଣେ ମହିଳା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଥାନାରେ ଅବଗତ କରାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲା। ଏବେ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି।

ଉଦ୍ଧାର ବେଳେ ପାରିପାର୍ଶ୍ବିକ ପରିସ୍ଥିତିରୁ ମହିଳାଙ୍କ ସହିତ ବଳାତ୍କାର ହୋଇଥିବା ଜଣାପଡିଥିଲା। ତେବେ, ସବୁଠାରୁ ଗୁରୁତର କଥା ଏହିକି ଯେ ଦୁର୍ବୁତ୍ତମାନେ ବଳାତ୍କାର କରିବା ପରେ ପୀଡିତାଙ୍କ ଯୌନାଙ୍ଗରେ ଲୁହ ରଡ଼ ପୁରାଇ ଦେଇଥିବା ଜଣାପଡିଛି। ମହିଳା ଜଣକ ଏବେ ଘାଟକୋପର ରାଜୱାଡି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅଵସ୍ଥା ଗୁରୁତର ରହିଛି। ପୋଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି।