ଜାତୀୟ ପତାକାକୁ ଅପମାନ! ଟେବୁଲ ଉପରେ ପତାକା ବିଛାଇ ଭୋଜି ଖାଉଥିଲେ ୬ ଜଣ ଆଉ ତାପରେ...

 

ଭାରତୀୟ ଜାତୀୟ ପତାକା କୁ ଅପମାନ ଅଭିଯୋଗରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଆସାମ ପୋଲିସ। କିଛି ଦିନ ତଳେ ଏହି ୬ ଜଣ ଅଭିଯୁକ୍ତ ତିରଙ୍ଗାକୁ ଅପମାନିତ କରୁଥିବାର ଏକ ଭିଡିଓ ପ୍ରକାଶ ପାଇଥିଲା। ଖବର ମୁତାବକ ଏହି ଲୋକମାନେ କିଛି ଦିନ ପୂର୍ବରୁ ଇଦ୍ ଅବସରରେ ଜାତୀୟ ପତକା କୁ ଟେବୁଲ ଉପରେ ବିଛାଇ ଭୋଜି ଖାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓକୁ ଭିତ୍ତି କରି ପୋଲିସ ସେମାନଙ୍କୁ ଖୋଜୁଥିଲା ଏବଂ ବର୍ତ୍ତମାନ ସେମାନଙ୍କୁ ଆସାମ ପୋଲିସ ଗିରଫ କରିଛି।

ଭାଇରାଲ ହୋଇଥିବା ଭିଡିଓରେ ଏହି ୬ ଜଣ ବ୍ୟକ୍ତି ଇଦ୍ ଅବସରରେ ତ୍ରିରଙ୍ଗାକୁ ଟେବୁଲ୍ କପଡା ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡ଼ିଓ ଭାଇରାଲ ହେବା ପରେ ଭାରତୀୟ ଜାତୀୟ ପତାକାକୁ ଅପମାନିତ କରିବା ଅଭିଯୋଗରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ତେବେ ପୋଲିସ ଏହି ଘଟଣାର ଅନୁସନ୍ଧାନ କଲାବେଳେ,ଭାଇରାଲ ହେଉଥିବା ଭିଡିଓଟି ବଙ୍ଗାଇଗାଓଁ ଜିଲ୍ଲାରୁ ଆସିଥିବା ଜଣାପଡିଥିଲା। ଏହି ଭିଡିଓ ଟେଙ୍ଗନାମାରି ଗାଁର ରେଜିନା ପରବିନ ସୁଲତାନାଙ୍କ ଘରେ କରାଯାଇଥିଲା।