ନାବାଳକ ସହିତ ଅନୈତିକ ସମ୍ୱନ୍ଧ ରଖିଥିଲେ ବିବାହିତା ମହିଳା, ପରେ ଗୁପ୍ତାଙ୍ଗ ଜାଳିଦେଲା ନାବାଳକ ପ୍ରେମିକ ଆଉ ତାପରେ….

 

ରାଜଧାନୀ ଦିଲ୍ଲୀର ଦାବଡ଼ି ଅଞ୍ଚଳରୁ ଏକ ଲଜ୍ଜାଜନକ ଏବଂ ହୃଦୟଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ୧୭ ବର୍ଷର ନାବାଳକ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ଗୁପ୍ତାଙ୍ଗକୁ ଜଳାଇ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସମୟରେ ପରକୀୟା ପ୍ରୀତି ମଣିଷ ପାଇଁ କେତେ ଯେ ଭୟଙ୍କର ସାବ୍ୟସ୍ତ ହୋଇପାରେ ତାହାର ଏକ ଜ୍ୱଳନ୍ତ ଉଧାରଣ ସାଜିଛି ଏହି ମାମଲା।

ମିଳିଥିବା ସୂଚନା ଅନୁଯାଇ ମୃତ ମହିଳା ଜଣକ ବିବାହିତା ହୋଇଥିଲେ ହେଁ ତାଙ୍କର ଏହି ୧୭ ବର୍ଷର ନାବାଳକ ସହିତ ଅନୈତିକ ସମ୍ପର୍କ ରହି ଆସିଥିଲା। ଦୀର୍ଘ ଦିନ ଧରି ଉଭୟେ ଶାରୀରିକ ସମ୍ପର୍କ ରଖିଆସୁଥିବା ବେଳେ କିଛି ଦିନ ତଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଗତ ୧୫ ତାରିଖ ଦିନ ରାତିରେ ମହିଳା ଜଣକ ନାବାଳକ ଘରକୁ ଆସିଥିଲେ, ସେଠାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନାବାଳକ ପ୍ରେମିକ ମହିଳାଙ୍କ ମୁଣ୍ଡକୁ ଏକ ଲୁହା ରେଡରେ ପିଟି ଦେଇଥିଲେ, ଯେଉଁଥିପାଇଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ମହିଳାଙ୍କ ମୁହଁ ଏବଂ ଯୌନାଙ୍ଗକୁ ପୋଡ଼ି ଦେଇଥିଲା ଏହି ନାବାଳକ। ନଭେମ୍ବର ୧୬ ତାରିଖ ଦିନ ନିକଟସ୍ଥ ଡ଼ମ୍ପିଙ୍ଗ ୟାର୍ଡରୁ ପୋଲିସକୁ ମହିଳାଙ୍କ ଶବ ମିଳିଥିଲା। ପରେ ନିକଟସ୍ଥ ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ମହିଳାଙ୍କ ପରିଚୟ ଜାଣିପାରିବା ସହିତ ଅଭିଯୁକ୍ତ ନାବାଳକକୁ ଧରିବାରେ ସଫଳ ହୋଇଛି। ଏଥସହିତ ଘଟଣାସ୍ଥଳରୁ ହତ୍ୟା ପାଇଁ ବ୍ୟବହାର କରାଯାଇଥିବା ଲୁହା ରେଡ୍ ଏବଂ ଭ୍ୟାନ୍ କୁ ପୋଲିସ ଜବତ କରିଛି।