ଓଡିଶା ର ଏହି ସ୍ଥାନରେ ଅନଲାଇନ୍ ମିଳୁଛନ୍ତି କଲ୍ ଗର୍ଲ: ସୁନ୍ଦରୀ ଝିଅଙ୍କୁ ଦେଖି ଠକାମୀ ର ଶିକାର ହେଉଛନ୍ତି କାମୁକ ଗ୍ରାହକ

 

ଗୋଟିଏ କ୍ଲିକ୍ କରୁ କରୁ ଆସିଯାଉଛି ଶହ ଶହ ସୁନ୍ଦରୀଙ୍କ ଫୋଟୋ। ଟଙ୍କା ଦେଲେ ଅନଲାଇନ୍ ରେ ମିଳୁଛନ୍ତି କଲ୍ ଗାର୍ଲ। ଏଭଳି ଅନେକ ବିଜ୍ଞାପନ ଇଣ୍ଟରନେଟ ସାରା ଛାଇ ଯାଇଥିବା ବେଳେ ଏହା ଠକାମୀର ଏକ ନୂଆ ଉତ୍ସ ପାଲଟି ଯାଇଛି। ପ୍ରଥମେ ଏମାନେ ଉଭୟ ଦେଶୀ ଏବଂ ବିଦେଶୀ ସବୁ କିଛି ହାତ ପାହାନ୍ତାରେ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଉଥିବା ବେଳେ ପରେ ଲୋକଙ୍କୁ ଧମକ ଚମକ ଦେଇ ଠକି ଦେଉଛନ୍ତି। ଏବେ, ସମ୍ବଲପୁର ସହରରେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି।

ଅଭିଯୋଗ କରିଥିବା ବ୍ୟକ୍ତିଙ୍କ କହିବା ଅନୁଯାଇ ସେ ଏକ ଅନଲାଇନ ଏସ୍କର୍ଟ ସାଇଟ ସହ ଯୋଗାଯୋଗ କରିଥିଲେ। ପ୍ରଥମେ ସେମାନେ ତାଙ୍କୁ ଅନେକ ଫୋଟୋ ଦେଖାଇଥିଲେ ଏବଂ ଜଣଙ୍କୁ ପସନ୍ଦ କରିବା ପରେ ଫୋନପେ ମାଧ୍ୟମରେ ଅଗ୍ରୀମ ୫୦୦ ଟଙ୍କା ମଧ୍ୟ ନେଇଥିଲେ। ପରେ ଜଣେ ଯୁବତୀ ତାଙ୍କୁ ଫୋନ କରି ମୁଁ ଲକ୍ଷ୍ମୀଟକିଜ ଛକରେ ଅଛି । ମେଡିସିନ ନେଇକି ଯିବି ଆଉ ୫ ଶହ ଟଙ୍କା ଦିଅନ୍ତୁ ବୋଲି କହିଥିଲେ। କିନ୍ତୁ, ଆଉ ଟଙ୍କା ଦେବାକୁ ବ୍ୟକ୍ତି ଜଣକ ମନା କରିଦେବାରୁ ଯୁବତୀ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହ ମିଛ କେସରେ ଫସାଇ ଦେବାକୁ ଧମକ ଦେଇଥିଲା।

କେବଳ ଏଇ ଗୋଟିଏ ଖବର ନୁହେଁ ଦିନକୁ ଏଭଳି ଅନେକ ଲୋକେ ଠକାମିର ଶିକାର ହେଉଛନ୍ତି। ଓକ୍‌ଲ୍ୟୁଟ୍‌.କମ୍‌, ସ୍କୋଲ୍‌କା.କମ୍‌, ସାକ୍ଷୀପଟେଲ୍‌.କମ୍‌ ଏବଂ ଲୋକାନ୍‌ଟୋ୧୫.କମ୍‌ ଭଳି ଅନେକ ସାଇଟ୍‌ ଉପଲବ୍ଧ ରହୁଥିବା ବେଳେ କାମନା ନିଶାରେ ଅନ୍ଧ ଅନେକ ଲୋକେ ଏହାର ଶିକାର ହେଉଛନ୍ତି। ଏଥିନେଇ ସ୍ଥାନୀୟ ଏସ୍‌ପି ବାତୁଳା ଗଙ୍ଗାଧରଙ୍କୁ ପଚରା ଯାଇଥିବା ବେଳେ ଲୋକେ ଜାଣିଶୁଣି ଏଭଳି ଠକାମୀର ଶିକାର ହେଉଛନ୍ତି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କହିବା ମୁତାବକ ଇଣ୍ଟରନେଟରେ ଏଭଳି ଅନେକ ସାଇଟ ରହିଛି ଏବଂ ପୋଲିସ ଏହି ସବୁ ସାଇଟକୁ ବନ୍ଦ କରିପାରିବ ନାହିଁ। ତେଣୁ, ଲୋକେ ସଚେତନ ହେଲେ ହିଁ ଏଭଳି ଠକାମୀକୁ ରୋକା ଯାଇପାରିବ ବୋଲି ସେ କହିଛନ୍ତି।