ଫେସବୁକରେ ବିଧବା ମହିଳାଙ୍କ ସହ ପ୍ରେମ କଲେ, ଦେଖା ହେବା ପରେ ନିଶା ଦେଇ କଲେ ଅଶ୍ଳୀଳ ଭିଡ଼ିଓ, ଆଉ ତାପରେ ଦେଖନ୍ତୁ ଭିଡ଼ିଓ

 

ବିଧବା ମହିଳାଙ୍କୁ କୋଲ୍ଡ ଡ୍ରିଂକ୍ସରେ ନିଶା ମିଶାଇ ଶାରୀରିକ ସମ୍ପର୍କ ରଖିଲା ଅଭିଯୁକ୍ତ। କେବଳ ଏତିକି ନୁହେଁ ମହିଳାଙ୍କର ଆପତ୍ତିଜନକ ଭିଡ଼ିଓ ରେକର୍ଡ଼ କରି ଲୁଟିନେଲେ ୬ ଲକ୍ଷ ଟଙ୍କା। ଏହିପରି ଏକ ଘଟଣା ରାଉରକେଲା ସହରରେ ଘଟିଥିବା ବେଳେ ପୀଡିତା ଜଣକ ଏଥିନେଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି।

ପୀଡିତାଙ୍କ କହିବା ଅନୁଯାଇ ୨୦୧୭ ଏପ୍ରିଲ ମାସରେ ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଷ୍ଟ ପଠାଇଥିଲେ। ପରେ ପରେ ଆତ୍ମହତ୍ୟାର ଧମକ ଦେଇ ଯୁବକ ଜଣକ ମହିଳାଙ୍କ ସହିତ ସମ୍ପର୍କ ବଢାଇଥିଲେ। ସେହି ବର୍ଷ ଅଗଷ୍ଟ ମାସରେ ମହିଳା ଜଣକ ସେକ୍ରେଟେରୀଏଟ୍ କୌଣସି କାମରେ ଯାଇଥିବା ବେଳେ ସେଠାରେ ଯୁବକ ଜଣକ ଦେଖା ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ତାଙ୍କର ଦୂର ସମ୍ପର୍କୀୟ ବୋଲି ଜଣାପଡିବା ପରେ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମିଥିଲା।

ଯୁବକ ଜଣକ ସେଠାରେ ମହିଳାଙ୍କୁ ନିଶାସକ୍ତ କରାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଏହାର ଭିଡ଼ିଓ ରେକର୍ଡ଼ କରିଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଆଧାର କରି ଯୁବତୀଙ୍କ ଠାରୁ ୬ ଲକ୍ଷ ଟଙ୍କା ସହିତ ଅନେକ ଆସବାପତ୍ର ଲୁଟି ନେଇଥିଲେ ଏହି ଯୁବକ। ଏପରି ବାରମ୍ବାର ହେବାରୁ ପୀଡିତା ଅଭିଯୁକ୍ତଙ୍କ ଘରକୁ ପଇସା ମାଗିବାକୁ ଯାଇଥିଲେ ହେଁ ସେଠାରେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରି ଦିଆଯାଇଥିଲା। ଘଟଣା ବିଷୟରେ ଅଭିଯୋଗ ନେଇ ପୀଡିତା ମହିଳା ଥାନାରେ ଦ୍ୱାରସ୍ଥ ହୋଇଥିଲେ ହେଁ ପୋଲିସ ଏପର୍ଯ୍ୟନ୍ତ କୋୖଣସି ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦେଖନ୍ତୁ ଭିଡ଼ିଓ