ପ୍ରେମ ସଂମ୍ପର୍କକୁ ନେଇ ହେଲା ଏମିତି ଯୁକ୍ତିତର୍କ, ସ୍ବାମୀକୁ ଜିଅନ୍ତା ଜାଳିଦେଲା ସ୍ତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

କାମନା ବାସନା ଏବଂ ପରକୀୟା ପ୍ରୀତି ପାଇଁ ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାର ବାଡିହାହଲି ଅଞ୍ଚଳରେ ଏହିଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଅଭିଯୁକ୍ତ ମହିଳା ଜଣକ ପ୍ରଥମେ ସ୍ୱାମୀଙ୍କୁ ଜାଳିଦେବାକୁ ଚେଷ୍ଟା କରିବା ପରେ ତାଙ୍କ ମୁଣ୍ଡକୁ ଏକ ବୋଲ୍ଡରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ଘଟଣାର ତଦନ୍ତ କରିବା ସହିତ ଅପରାଧିମାନଙ୍କୁ ଗିରଫ କରିଛି।

ଖବର ଅନୁଯାଇ ଏଠାକାର ନାରାୟଣପ୍ପା (52) ନାମକ ଜଣେ ବ୍ୟକ୍ତି, ପତ୍ନୀ ଅନ୍ନପୂର୍ଣ୍ଣା (36) ଏବଂ ୩ ଝିଅଙ୍କ ସହିତ ବସବାସ କରୁଥିଲେ। ତେବେ ପତ୍ନୀ ଅନ୍ନପୂର୍ଣ୍ଣାଙ୍କର ଶ୍ରମିକ ଭାବରେ କାମ କରୁଥିବା ରାମକୃଷ୍ଣ (35) ନାମକ ଜଣେ ବ୍ୟକ୍ତିଙ୍କ ସହିତ ସମ୍ବନ୍ଧ ଥିବା ନାରାୟଣପ୍ପା ଜାଣିବାକୁ ପାଇଥିଲେ। ଏହି କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ଏପରିକି ରାମକୃଷ୍ଣକୁ ତାଙ୍କ ପତ୍ନୀ ବିବାହ କରିଥିବା କଥା ମଧ୍ୟ ଜଣା ପଡ଼ିଥିଲା।

ଗତ ରବିବାର ଦିନ ଏହି କଥାକୁ ନେଇ ଅନ୍ନପୂର୍ଣ୍ଣା ଏବଂ ନାରାୟଣପ୍ପାଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅନ୍ନପୂର୍ଣ୍ଣା ପେଟ୍ରୋଲ ଢାଳି ନିଜ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା କରିଥିଲା। ଦେହରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ନାରାୟଣପ୍ପା ପାଖରେ ଥିବା ଏକ ଡ୍ରେନ ଭିତରେ ପଶି ଯାଇଥିଲେ। ସେଠାରୁ ବାହାରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ନପୂର୍ଣ୍ଣା ଏକ ବୋଲ୍ଡର ସାହାଯ୍ୟରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ, ଖବର ପାଇ ପୋଲିସ ଅଭିଯୁକ୍ତ ପତ୍ନୀ ଏବଂ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।