ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିଲା ଅଭଦ୍ର ଲୋକେ ଧରି ନିର୍ଧୁମ ଛେଚିଲେ,ଆଉ ତା ପରେ..ଦେଖନ୍ତୁ ଭିଡ଼ିଓ

 

ଦିନ ଦ୍ୱିପ୍ରହରରେ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଲା ବଦମାସ୍ ଯୁବକ, ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ଧରି ନେଇ ବହେ ଛେଚିଲେ। କଟକ ଜିଲ୍ଲା ସାଲେପୁରରେ ଘଟିଯାଇଛି ଏହିଭଳି ଏକ ଅଭାବନୀୟ ଘଟଣା। ଘଟଣା ବିଷୟରେ ଖବର ପାଇଁ ସେଠାରେ ପୋଲିସ ପହଞ୍ଚିବା ସହ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାଇ ନର୍ସିଂ କଲେଜରେ ପଢ଼ୁଥିବା ଏହି ଛାତ୍ରୀ ଜଣକ କଲେଜ ସାରି ସାଇକେଲ ଯୋଗେ ନିଜ ଘରକୁ ଫେରୁଥିଲେ। କଲେଜ ରୋଡ଼ ସ୍ଥିତ ବିଶେଶ୍ୱର ମନ୍ଦିର ପାଖରେ ପଛରୁ ବଦମାସ ଜଣକ ଆସି ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀ ଜଣକ ତଳେ ପଡ଼ିଯିବା ପରେ ଯୁବକ ଜଣକ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। 

ଘଟଣାସ୍ଥଳରେ ଛାତ୍ରୀ ଜଣକ ଚିଲ୍ଲାଇବାରୁ ପାଖା ପାଖି ଲୋକେ ଦୌଡ଼ି ଆସିଥିଲେ। ଏହାପରେ ଅଭିଯୁକ୍ତ ଜଣକ ତୁରନ୍ତ ସେଠାରୁ ପଳାଇବାକୁ ଚେଷ୍ଟା କରିଥିଲା। କିନ୍ତୁ, ସ୍ଥାନୀୟ ଲୋକେ ତାକୁ କାବୁ କରିନେଇ ମାଡ଼ ମାରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ଜଣକ ଭୁଲବଶତଃ ଛାତ୍ରୀଙ୍କୁ ଧକ୍କା ଦେଇଥିବା ଏବଂ ସେ କୌଣସି ଦୁଷ୍କର୍ମ ପ୍ରୟାସ କରିନଥିବା କହିଛନ୍ତି।