ମହଙ୍ଗା ପଡିଲା ଫେସବୁକ୍ ପ୍ରେମ, ମହିଳାଙ୍କୁ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲ ମାଡ ଖାଇଲେ ଯୁବକ, ଦେଖନ୍ତୁ ଭିଡ଼ିଓ

 

ଫେସବୁକ୍ ରେ ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରିବା ଜଣେ ବ୍ୟକ୍ତିଙ୍କୁ ବହୁତ ଭାରି ପଡ଼ିଛି। ବାରମ୍ବାର ପ୍ରେମ ନିବେଦନ କରିବା ସହ ହଇରାଣ କରିବା ହେତୁ ଏହି ବ୍ୟକ୍ତିଙ୍କୁ ବିଚ୍ ରାସ୍ତାରେ ଚପଲ ମାଡ଼ ଖାଇବାକୁ ପଡ଼ିଛି। ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।

ଘଟଣା ମୁତାବକ ଖଇରା ବ୍ଲକ୍ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସବୁକରୁ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କ ନମ୍ବର ପାଇ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ। ମହିଳା ଜଣକ ଏକାଧିକ ଥର ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ସୁଦ୍ଧା ଚିତ୍ତ ସୁଧୁରିନଥିଲେ ଏବଂ ବାରମ୍ବାର ଫୋନ କରି ଅଶ୍ଳୀଳ ବ୍ୟବହାର କରୁଥିଲେ।

ତେବେ, ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ଚିତ୍ତକୁ ପାନେ ଦେବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସେ ଚିତ୍ତକୁ ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଥିବା ଟୋଲ୍ ଗେଟ୍ ପାଖକୁ ଡକାଇଥିଲେ। ସେଠାରେ ଚିତ୍ତ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣକ ତାଙ୍କୁ ଚପଲରେ ପିଟିବା ସହ ଏହାର ଭିଡ଼ିଓକୁ ଭାଇରାଲ କରି ଦେଇଥିଲେ। ଦେଖନ୍ତୁ ଭିଡ଼ିଓ:-