ଦେଖନ୍ତୁ ଭିଡିଓ: ରାତି ଅଧରେ ଘରେ ପଶିଲେ ପୋଲିସ ବାବୁ! ସ୍ୱାମୀକୁ ନିସ୍ତୁକ ମାଡ଼ ମାରିବା ସହିତ ସ୍ତ୍ରୀ ସହିତ କରିଲେ ଏପରି କାମ….

 

ସାମ୍ବଧାନିକ କ୍ଷମତାର ଅପବ୍ୟବହାର କରିଲେ ପୋଲିସ ବାବୁ। ବିଳମ୍ବିତ ରାତିରେ ଘରେ ପଶି ନିସ୍ତୁକ ପିଟିଲେ। କେବଳ ସେତିକି ନୁହେଁ ବରଂ ସ୍ତ୍ରୀ ସହିତ ଅସଦାଚରଣ ମଧ୍ୟ କରିଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ମାଛକୁଣ୍ଡ ସଦର ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଅଞ୍ଚଳରେ ଏଥିନେଇ ଆକ୍ରୋସର ମହୋଲ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାଇ ମାଛକୁଣ୍ଡ ଅଞ୍ଚଳରେ ରୁହନ୍ତି ବି. ଶିବା। ସେ ସେହି ଅଞ୍ଚଳରେ ଏକ ମୋବାଇଲ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ନାମରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ। ଯାହାର ତଦନ୍ତ ଚାଲିଥିବା ବେଳେ ଗତ ରାତିରେ ତାଙ୍କ ଘରକୁ ୪ ଜଣ ପୋଲିସ ପଶି ଆସିଥିଲେ।

Follow our WhatsApp channel and get all the Latest news.

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର:-

WhatsApp Channel (Join Now) Join Now

ସେମାନଙ୍କ ପାଖରେ ୱାରେଣ୍ଟ ନଥିବା ବେଳେ ଜୋର ଜବରଦସ୍ତ ଶିବାଙ୍କୁ ଥାନାକୁ ନେବାକୁ ଚେଷ୍ଟା କରିଥିଲେ। କେବଳ ସେତିକି ନୁହେଁ ସେମାନେ ଶିବାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅସଦାଚରଣ କରିବାକୁ ପଛାଇ ନଥିଲେ। ମହିଳା କନେଷ୍ଟବଳ ନଥିବା ସତ୍ତ୍ୱେ ସେମାନେ ତାଙ୍କୁ ମାରଧର କରିଥିଲେ।

ଏହାପରେ ଶିବାଙ୍କୁ ସେମାନେ ଥାନାକୁ ନେବା ସହିତ ନିସ୍ତୁକ ମାଡ଼ ମାରିଥିବା ଜଣାପଡିଛି। ଏଥିନେଇ ଗଣମାଧ୍ୟମ ଆଗରେ କଥା ନ ବଢାଇବା ପାଇଁ ପୋଲିସ ବାବୁ ଶିବାଙ୍କୁ ଲାଞ୍ଚ ମଧ୍ୟ ଦେଇଥିବା କୁହାଯାଉଛି। ଏହି ଘଟଣାରେ ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଲମତାପୁଟ ଥାନା ଅଧିକାରୀ ଚିତ୍ତ ରଞ୍ଜନ ପ୍ରଧାନ, ଜଣେ କନେଷ୍ଟବଳ ଏବଂ ଅନ୍ୟ ଜଣେ ହାବିଲଦାରଙ୍କୁ କୋରାପୁଟ ମୁଖ୍ୟାଳୟକୁ ବଦଳି କରାଯାଇଛି।

<a href=https://youtube.com/embed/5lJNAkTHCVM?autoplay=1&mute=1><img src=https://img.youtube.com/vi/5lJNAkTHCVM/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଅନ୍ୟପକ୍ଷରେ ଶିବା ଜଣେ ବ୍ୟକ୍ତିଙ୍କ ଘରେ ସ୍ତ୍ରୀ ପିଲା ଶୋଇଥିବା ବେଳେ ଲୁଚିକରି ଭିଡ଼ିଓ ଉତ୍ତୋଳନ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ କେନ୍ଦ୍ର କରି ତାଙ୍କୁ ପୋଲିସ ଗିରଫ କରିବାକୁ ଆସିଥିବା କୁହାଯାଉଛି। ତେବେ, ପୋଲିସର ଜୁଲୁମ୍ ବିରୋଧରେ ଗଣମାଧ୍ୟମ ଆଗରେ ନ୍ୟାୟ ଭିକ୍ଷା କରିଛନ୍ତି ଶିବା ଓ ତାଙ୍କ ପରିବାର।

ଆହୁରି ପଢ଼ନ୍ତୁ:- "ଲଭ୍ ପାଇଁ କୁଛ ଭି କରେଗା"! ପ୍ରେମିକା ବେଶରେ ପରୀକ୍ଷା ଦେବାପାଇଁ ଆସିଥିଲା ପ୍ରେମିକ, କିନ୍ତୁ….