କରୋନାର କରୁଣ କାହାଣୀ! ମରିଯିବା ଭୟରେ ନିଜ ୫ବର୍ଷ ଝିଅକୁ ଛୁରୀ ଭୁଷି ହତ୍ୟା କଲା ଜନ୍ମକଲା ମାଆ, ପୂରା ଘଟଣା ଜାଣି ହେବେ ଦୁଃଖିତ

 

ବିଶ୍ୱରେ ହୁତୁ ହୁତୁ ହୋଇ ବଢୁଥିବା କରୋନା ସଂକ୍ରମଣ ସହିତ ଅପ୍ରତ୍ୟାଶିତ ଭାବରେ ବଢ଼ିଥିଲା ମୃତ୍ୟୁସଂଖ୍ୟା। ଏହି କାରଣରୁ ଲୋକମାନଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଖାସ୍ କରି କରୋନା ଦ୍ୱାରା ସଂକ୍ରମିତ ହେଉଥିବା ଲୋକମାନେ ଏହି ଅଜଣା ଭୟର ଶିକାର ହେଉଛନ୍ତି।

ଏହି ଭୟର ବଶବର୍ତ୍ତୀ ହୋଇ ଜଣେ ମହିଳା ନିଜର ୫ ବର୍ଷର ଶିଶୁକୁ ନିର୍ମମ ଭାବରେ ହତ୍ୟା କରିବା ଭଳି ଏକ ଲୋମହର୍ଷକାରୀ ଘଟଣା ସମ୍ନାକୁ ଆସିଛି। ଏହି ଘଟଣାଟି ବ୍ରିଟେନର ରାଜଧାନୀ ଲଣ୍ଡନରେ ଘଟିଛି ଯେଉଁଠାରେ ୩୬ ବର୍ଷୀୟ ସୁଧା ଶିବନାଥମ ନାମକ ଜଣେ ମହିଳା ନିଜର ୫ ବର୍ଷୀୟା ଝିଅକୁ ଛୁରୀ ମାରି ହତ୍ୟା କରିଥିବା ଖବର ସମ୍ନାକୁ ଆସିଛି।

ଏହି ଘଟଣା ମୁତାବକ ସୁଧା ପ୍ରାୟ ୬ ବର୍ଷ ହେବ ଲଣ୍ଡନରେ ରହି ଆସୁଥିଲେ। କିନ୍ତୁ କିଛି ବର୍ଷ ପୂର୍ବେ ତାଙ୍କର ମାନସିକ ସନ୍ତୁଳନ ବିଗିଡ଼ି ଯାଇଥିଲା। ତାଙ୍କ ସ୍ୱାମୀଙ୍କ କହିବା ଅନୁଯାଇ ସୁଧାଙ୍କୁ ସବୁବେଳେ ଲାଗୁଥିଲା ଯେ ମରିଯିବେ ଏବଂ କରୋନା ସଂକ୍ରମଣ ଭୟାଭୟତାକୁ ଦେଖିବା ପରେ ସୁଧାଙ୍କର ମରିଯିବାର ଡର ଆହୁରି ବଢିଯାଇଥିଲା। ଏଥିସହିତ ନିଜର କୋଭିଡ଼ରେ ମୃତ୍ୟୁ ହୋଇଗଲେ ତାଙ୍କ ଝିଅର କିଏ ଦେଖାରଖା କରିବ ଏହା ଭାବି ସୁଧା ନିଜ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।

ଘଟଣା ଦିନ ତାଙ୍କ ଦେହ ଭଲ ଲାଗୁନାହିଁ ବୋଲି ସୁଧା ନିଜ ସ୍ୱାମୀ ଏବଂ ସାଙ୍ଗମାନଙ୍କୁ କହିଥିଲେ। ତେବେ ସେହିଦିନ ଅପରାହ୍ନ ୪ଟା ବେଳେ ଯେତେବେଳେ ତାଙ୍କ ଘରକୁ ପଡ଼ୋଶୀ ଆସିଥିଲେ ସେତେବେଳେ ସୁଧା ନିଜ ୫ ବର୍ଷର ଝିଅକୁ ହତ୍ୟା କରିବା ସହ ନିଜ ପେଟରେ ଛୁରୀ ଭୁଷି ଦେଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଆହତ ଅବସ୍ଥାରେ ସୁଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଲକଡ଼ାଉନ ଏବଂ ଏକ ରହୁଥିବା କାରଣରୁ ଷ୍ଟ୍ରେସ୍ ରେ ଆସି ସେ ଏପରି କରିଥାଇପାରନ୍ତି ବୋଲି ସୁଧାଙ୍କୁ ଚିକିତ୍ସା କରୁଥିବା ସାଇକ୍ୟାଟ୍ରିଷ୍ଟ କହିଛନ୍ତି।