ଧନୀ ପୁରୁଷଙ୍କୁ ପଟେଇ ବେଡରୁମରେ ପୀରତି କରୁଥିଲା ସ୍ତ୍ରୀ, ସ୍ୱାମୀ ଭିଡ଼ିଓ କରି କରୁଥିଲା ବ୍ଲାକମେଲିଂ, ଜାଣନ୍ତୁ ପୂରା ଘଟଣା

 

ପୋଲିସର ନାକ ତଳେ ଚାଲିଥିଲା ଦେହ ବ୍ୟବସାୟ। କେବଳ ଦେହ ବ୍ୟବସାୟ ନୁହେଁ ବରଂ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ରେକର୍ଡ଼ କରି ବଡ଼ବଡ଼ିଆଙ୍କ ଠାରୁ ଲୁଟି ଚାଲିଥିଲେ ଲକ୍ଷ ଲକ୍ଷ ଟଙ୍କା। ସବୁଠାରୁ ବଡ଼ ବିଡମ୍ବନାର ବିଷୟ ହେଉଛି ଯେ ଏଥିରେ ସମ୍ପୃକ୍ତ ଥିବା ମହିଳା ଜଣଙ୍କୁ ସାହାଯ୍ୟ କରୁଥିଲେ ଖୋଦ୍ ତାଙ୍କ ସ୍ୱାମୀ। ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ଅଞ୍ଚଳରେ ଏହିପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ପୋଲିସ ଗିରଫ କରିବା ସହ ମହିଳାଙ୍କ ଠାରୁ ଅନେକ ଲୁଟ୍ ଜିନିଷ ଏବଂ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ମିଳିଥିବା ସୂଚନା ଅନୁଯାଇ ଅନୁଗୁଳ ସହର ଗାନ୍ଧିମାର୍ଗରେ ରହୁଥିବା ରାଜୀବ ଅଗ୍ରୱାଲ ଏବଂ ତାଙ୍କ ପୁଅ ଅଭିଷେକକୁ ତୁରଙ୍ଗର ଏହି ବିବାହିତା ମହିଳା ମୌସୁମୀ (ଛଦ୍ମନାମ,୩୭) ନିଜ ଜାଲରେ ଫସାଇ ଦେଇଥିଲେ। ଯୁବତୀ ଜଣକ ଉଭୟ ବାପ ପୁଅଙ୍କ ସହ ଅଲଗା ଅଲଗା ଉପାୟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ସହ ଫୋନରେ କଥା ହେବା ସହ ନିବିଡ଼ତା ବଢାଇଥିଲେ। ୨୦୧୯ ମସିହାରେ ଉଭୟ ବାପ ପୁଅଙ୍କୁ ଭିନ୍ନ ଭିନ୍ନ ସମୟରେ ଡାକି ଶାରୀରିକ ସମ୍ପର୍କ ରଖିଥିଲେ ମୌସୁମୀ। ତେବେ, ମହିଳାଙ୍କ ସ୍ୱାମୀ ଚାଲାକି କରି ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ରେକର୍ଡ଼ କରିଥିଲା। ପରବର୍ତ୍ତୀ ସମୟରେ ସେହି ଭିଡ଼ିଓକୁ ଆଧାର କରି ୨୦ ଲକ୍ଷ ଟଙ୍କା ନ ଦେଲେ ଦୁଷ୍କର୍ମ ମାମଲାରେ ଫସାଇ ଦେବାକୁ ଧମକ ଦେଇଥିଲେ।

ଧମକରେ ବିଚଳିତ ହୋଇ ପୁଅ ଅଭିଷେକ ସେମାନଙ୍କ ପାଖକୁ ଯାଇଥିଲେ ହେଁ ମହିଳା ଜଣକ ତାଙ୍କ ଠାରୁ ଜୋର ଜବରଦସ୍ତ ୧ ଲକ୍ଷ ୨୯ ହଜ଼ାର ଟଙ୍କା ଲୁଟି ନେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ବାରମ୍ବାର ଟଙ୍କା ମାଗିବା ସହ ମନସିକ ନିର୍ଯ୍ୟାତନା ଦେଉଥିବାରୁ ଅଭିଷେକ ଏଥିନେଇ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଆଧାର କରି ମୌସୁମୀ ଓ ତା ସ୍ୱାମୀକୁ ଗିରଫ କରିନେଇଛି। ତେବେ, ମୌସୁମୀ ଅଭିଷେକଙ୍କ ନାମରେ ଦୁଷ୍କର୍ମର ପାଲଟା ଅଭିଯୋଗ ଆଣିଥିଲେ ହେଁ ପୋଲିସ ଏହାକୁ ସେକ୍ସ ରାକେଟ୍ କେସ୍ ରେ ରୂପାନ୍ତରିତ କରି ମୌସୁମୀକୁ ଗିରଫ କରିଛି।

ତୁରଙ୍ଗଠାରେ ମୌସୁମୀର ଏକ ବିୟୁଟି ପାର୍ଲର୍ ରହିଛି। ଏହିଠାରେ ହିଁ ଗ୍ରାହକ ମାନଙ୍କ ସହ ସେମାନେ ଦେହର ଡିଲ୍ କରୁଥିବା ଏବଂ ସେକ୍ସ ପାଇଁ ଏକ ସୁସଜ୍ଜିତ ଭଡ଼ାଘରକୁ ବ୍ୟବହାର କରୁଥିବା କୁହାଯାଉଛି। ପୋଲିସ ମୌସୁମୀ ଓ ତାଙ୍କ ସ୍ୱାମୀକୁ ଗିରଫ କରିବା ସମୟରେ ସେଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ପାଇଛି। କେବଳ ଏତିକି ନୁହେଁ ମହିଳାଙ୍କ ଫୋନରୁ ସହରର ନାମିଦାମୀ ଲୋକ ଏବଂ ନେତାଙ୍କ ଆପତ୍ତିଜନକ ଭିଡ଼ିଓ ଜବତ ହୋଇଥିବା କୁହାଯାଉଛି।