ଦେଖନ୍ତୁ ଭିଡ଼ିଓ: ବଜାରରେ ବୁଲୁଛି ନକଲି ପେଟିଏମ୍ ଆପ୍! ଏଭଳି ଭାବରେ ହୋଇପାରନ୍ତି ଠକାମିର ଶିକାର

 

ଆଜିକାଲିର ଇଣ୍ଟରନେଟ ଯୁଗରେ ଅନଲାଇନ ପେମେଣ୍ଟ ଟଙ୍କା ଦେବାନେବାର ସବୁଠାରୁ ଶୀଘ୍ର ଏବଂ ସହଜ ଉପାୟ ପାଲଟିଯାଇଛି। ଲୋକେ କ୍ୟାସ୍ ଦେବା ବଦଳରେ ଫୋନପେ, ଗୁଗଲପେ ଏବଂ ପେଟିଏମ୍ ଭଳି ଆପ୍ ଗୁଡିକ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି। କିନ୍ତୁ, ଏବେ କିଛି ଲୋକେ ଏହି ଅନଲାଇନ ପେମେଣ୍ଟ ମାଧ୍ୟମରେ ସ୍କାମ୍ କରୁଛନ୍ତି ଯାହାଫଳରେ କିଛି ଦୋକାନୀ ଅନେକ ସମୟରେ ଏପରି ଠକାମିର ଶିକାର ହେଉଛନ୍ତି।

ବର୍ତ୍ତମାନ, ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବତୀ ଏହିପରି ଠକାମି କରୁଥିବା ସମୟରେ ଧରା ପଡିଛନ୍ତି। ସୂଚନା ମୁତାବକ ସମ୍ପୃକ୍ତ ଯୁବତୀ ଜଣକ ଉକ୍ତ ଦୋକାନକୁ ଆସି ଜିନିଷ କିଣି ନେଉଥିଲେ। ଟଙ୍କା ଦେବା ପରିବର୍ତ୍ତେ ସେ ପେଟିଏମ୍ ମାଧ୍ୟମରେ ପେମେଣ୍ଟ କରି ଏହାର ସ୍କ୍ରିନସଟ୍ ଦେଖାଉଥିଲେ। କିନ୍ତୁ, ଦୋକାନୀଙ୍କ ଅକାଉଣ୍ଟ କୁ ଟଙ୍କା ଅସୁନଥିଲା।

ଏପରି ବାରମ୍ବାର ହେବାରୁ ସମ୍ପୃକ୍ତ ଦୋକାନୀଙ୍କୁ ସନ୍ଦେହ ହୋଇଥିଲା। ଭିଡ଼ିଓରେ ଯୁବତୀଙ୍କୁ ବାରମ୍ବାର ପଚରା ଯିବାରୁ ସେ ଏକ ଫ୍ରଡ୍ ଆପ୍ ମାଧ୍ୟମରେ ପେଟିଏମ୍ ସ୍କ୍ରିନସଟ୍ ତିଆରି କରୁଥିବା ମାନି ଯାଇଥିଲେ। ପରେ ଦୋକାନୀଙ୍କର ବାକି ଥିବା ସମସ୍ତ ଟଙ୍କା ସେ କ୍ୟାସ୍ ଆକାରରେ ଦେଉଛନ୍ତି। କେବଳ ଏହି ଯୁବତୀ ନୁହେଁ ବରଂ ଏଭଳି ଅନେକ ଲୋକେ ଏପରି ଫ୍ରଡ୍ ଆପ୍ ସାହାଯ୍ୟରେ ଦୋକାନୀ ମାନଙ୍କୁ ଠକୁଛନ୍ତି। ତେଣୁ, ଅନଲାଇନ ପେମେଣ୍ଟ ଗ୍ରହଣ କରିବା ସମୟରେ ସାବଧାନ ରହିବା ନିତ୍ୟାନ୍ତ ଜରୁରୀ ଅଟେ।