ଧରାପଡିଲା ଓଭରସ୍ମାର୍ଟ ଫୁଡ ଡେଲିଭରୀର ବଏ, ଘର ଘର ଯାଇ କରୁଥିଲା ସଂଘାତିକ କାମ, ଜାଣନ୍ତୁ ପୁରା ଘଟଣା
ଫୁଡ୍ ଡେଲିଭରି ନାମରେ ହେଉଥିଲା ଡ୍ରଗ୍ସ କାରବାର ! କିଛି ନିର୍ଦ୍ଧିଷ୍ଟ କଷ୍ଟମର ମାନଙ୍କୁ ଫୁଡ୍ ବକ୍ସରେ ଖାଦ୍ୟ ବଦଳରେ ଡ୍ରଗ୍ସ ଡେଲିଭରି କରୁଥିଲା ଏକ ଫୁଡ୍ ଡେଲିଭରି ବୟ । କିନ୍ତୁ ବର୍ତ୍ତମାନ ଡେଲିଭରି ବୟଟିକୁ ଗିରଫ କରିଛି ପୋଲିସ ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ଯାହା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ଅଞ୍ଚଳରେ । ଡେଲିଭରି ବୟଟିର ନାମ ହେଉଛି ସଇକ ବିଲାଲ । ସଇକ ବିଲାଲ୍ ହାଇଦ୍ରାବାଦର ହାଇଟେକ୍ ଅଞ୍ଚଳରେ ବସବାସ କରନ୍ତି ।
ତେବେ ସୂଚନା ଅନୁଯାୟୀ, ପୂର୍ବରୁ ମଧ୍ୟ ସେ ଏହି ଡ୍ରଗ୍ସ କାରବାର କରି ପୋଲିସ ହାତରେ ବହୁଥର ଧରା ପଡ଼ିଥିଲେ । ଯାହା ପରେ ସେ ଫୁଡ୍ ଡେଲିଭରି ବୟ ଭାବେ କାମ କରିଥିଲେ ।
କିନ୍ତୁ ସେ ଫୁଡ୍ ବଦଳରେ ଡ୍ରଗ୍ସ କାରବାର କରିଥିଲେ । ସେ ଏକ ଆପାର୍ଟମେଣ୍ଟ ରେ ଫୁଡ୍ ପ୍ୟାକେଟରେ ଡ୍ରଗ୍ସ ଡେଲିଭରି କରୁଥିଲେ । ଅନ୍ୟ ଲୋକମାନଙ୍କର ସନ୍ଦେହ ହେବାରୁ ସେମାନେ ଅଭିଯୋଗ ଆଣିଥିଲେ ।
ଯାହା ପରେ ମାଧବପୂର୍ ପୋଲିସ ବିଲାଲକୁ ଗିରଫ କରିଥିଲା । ଏବଂ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପୋଲିସ ବିଲାଲ ପାଖରୁ ବାଇଶି କେଜି ଗଞ୍ଜେଇ ସହ ପନ୍ଦର ଗ୍ରାମ NDA ଏବଂ ୭୬ ଗ୍ରାମ ନାଇଟ୍ରୋଜେନ୍ ମିଲିସେଟ ଜବତ କରିଛି ।