୨୦ବର୍ଷ ସାନ ଛାତ୍ର ସହ ଥିଲା ପ୍ରେମ ସମ୍ପର୍କ, ଛାତ୍ର କଲା ଏମିତି ଯେ ଆତ୍ମହତ୍ୟା କଲେ ଶିକ୍ଷୟିତ୍ରୀ, ପୂରା ଘଟଣା ଜାଣି ହେବେ ତାଜୁବ୍

 

କୁହାଯାଏ ପ୍ରେମ ଅଟେ ଅନ୍ଧ, କେତେବେଳେ କାହାକୁ କାହା ସହ ଯେ ପ୍ରେମ ହୋଇଯାଏ ତାହା କହିବା କଷ୍ଟକର ଅଟେ। ତେବେ କିଛି କିଛି ଦୁଷ୍ଟାନ୍ତ ରେ ଏହି ପ୍ରେମ ସଫଳ ହେଇଥିବା ବେଳେ ବେଳେବେଳେ ବିଫଳ ପ୍ରେମର କରୁଣ ପରିଣତି ସାମ୍ନା କୁ ଆସିଥାଏ।

ବର୍ତ୍ତମାନ ଏହିଭଳି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବର ଠାରେ, ଏଠାରେ ନିଜଠାରୁ ୨୦ ବର୍ଷ ସାନ ଜଣେ ଛାତ୍ର କୁ ଭଲ ପାଉଥିବା ଶିକ୍ଷୟତ୍ରୀ ଜଣକ ସାମାନ୍ୟ ଝଗଡ଼ା ରୁ ଆତ୍ମହତ୍ୟା କରି ଦେଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏହି ଖବର ମୁତାବକ ୪୩ ବର୍ଷୀୟା ଇଂରାଜୀ ଶିକ୍ଷୟତ୍ରୀ ଶବନମ୍‌ ବର୍ମାଙ୍କର ୨୩ ବର୍ଷୀୟ ରୋହନ ଓରାମଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। ଏପରିକି ଦୁହେଁ ଲିଭଇନ୍ ରେ ମଧ୍ୟ ରହୁଥିଲେ, କିନ୍ତୁ ବାହାଘର କୁ ନେଇ ମତାନ୍ତର ହେବାରୁ ଶବନମ୍ ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି।

ରବିବାର ଦିନ ଅପରାହ୍ନ ୧ ଟା ସମୟରେ ପୋଲିସ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍ ଆସିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ତେବେ ଘଟଣାସ୍ଥଳର ପହଞ୍ଚିବା ପରେ ପୋଲିସ କୁ ଶବନମ୍‌ର ମୃତଦେହ ରାହସ୍ୟଜନକ ଭାବରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଶୋଇବା ଘରର ଖଟ ଉପରେ ତାଙ୍କ ମୃତଦେହ ଝୁଲୁଥିବା ବେଳେ ଆଣ୍ଠୁ ଯାଇ ଖଟକୁ ଲାଗିଥିଲା। ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଯୋଗେ ତାଙ୍କ ବେକକୁ ଗୁଡ଼ା ଯାଇ ପାଇପ୍‌ଟିକୁ ଫ୍ୟାନ୍‌ରେ ବନ୍ଧାଯାଇଥିବା ଦେଖିବାକୁ ମିଳିଥିଲା।

ଶବନମ୍‌ ୨ ବର୍ଷ ତଳେ କୋରାପୁଟର ଏକ ଇଂରାଜୀ ସ୍କୁଲରେ ପଠା ପଢାଉଥିଲେ ସେହିଠାରେ ହିଁ ତାଙ୍କର ରୋହନଙ୍କ ସହ ଦେଖା ହୋଇଥିଲା ଏବଂ ସେମାନେ ପ୍ରାୟ ୭ ବର୍ଷ ହେବ ସମ୍ପର୍କରେ ରହି ଆସୁଥିଲେ। ଏବେ ପୋଲିସ ରୋହନ କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି, ଏବଂ ଶବନମ୍ ଙ୍କ ପରିବାର ଲୋକଙ୍କୁ ଏହା ବିଷୟରେ ସୂଚନା ଦିଆଯାଇଛି।