ପ୍ରେମିକ ସହ ରାତିରେ ଅସଞ୍ଜତ ଅବସ୍ଥାରେ ଥିଲା ବଡ଼ ଭଉଣୀ, ଦେଖିଦେଲା ସାନ ଭଉଣୀ, ଆଉ ତା' ପରେ...

 

ପ୍ରେମିକ ସହିତ ମିଶି ୯ ବର୍ଷର ସାନ ଭଉଣୀକୁ ହତ୍ୟା କରିଲା ବଡ଼ ଭଉଣୀ। କଥାଟି ଶୁଣିବାକୁ କଷ୍ଟଦାୟକ ହୋଇଥିଲେ ହେଁ ବିହାରର ବୈଶାଳୀ ଜିଲ୍ଲା ଜନ୍ଦାହା ଥାନା ଅନ୍ତର୍ଗତ ହରପ୍ରସାଦ ଗାଁରୁ ଏଭଳି ହିଁ ଏକ ମାମଲା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା ହେଉଛି ହତ୍ୟାକାରିଣୀ ବଡ଼ ଭଉଣୀର ବୟସ ମାତ୍ର ୧୩ ବର୍ଷ ଅଟେ।

 ମିଳିଥିବା ସୂଚନା ଅନୁଯାଇ ମୃତକା ଶିଶୁଟିର ନାମ କରିନା ଅଟେ ଏବଂ ସେ ନିଜ ଭାଇ ଭଉଣୀ ଏବଂ ପରିବାର ସହିତ ହରପ୍ରସାଦ ଗାଁରେ ରହୁଥିଲେ। ବାପା ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ପ୍ରାୟତଃ ଘର ଠାରୁ ଦୂରରେ ରହୁଥିଲେ। ତେବେ, ଗତ ମେ ୧୫ ତାରିଖରେ କରିନା ନିଜ ବଡ଼ ଭଉଣୀ ଏବଂ ତାର ପ୍ରେମିକକୁ ଅସଞ୍ଜତ ଅବସ୍ଥାରେ ଦେଖି ନେଇଥିଲା।

ଯେଉଁଥିପାଇଁ ବଡ଼ ଭଉଣୀ ଏବଂ ଅଭିଯୁକ୍ତ ଯୁବକ ଜଣକ କରିନାକୁ ହତ୍ୟା କରି ଦେଇଥିଲେ। ଘଟଣାକୁ ଲୁଚାଇବା ପାଇଁ ସେମାନେ କରିନାର ଶରୀରକୁ କାଟି ଏକ ବାକ୍ସ ଭିତରେ ଲୁଚାଇ ଦେଇଥିଲେ। କିଛିଦିନ ପରେ ସେଥିମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ଶିଶୁଟିର ଶରୀର ଉପରେ ଏସିଡ୍ ପକାଇ ଜଳାଇ ଦେବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ, ପୋଲିସ ତନାଘନା କରି ମୃତ ଶରୀରକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ବଡ଼ ଭଉଣୀ ଏବଂ ତାର ପ୍ରେମିକକୁ ଗିରଫ କରିଛି।