ପପୁଙ୍କ ଉପରେ ପଥର ମାଡ଼ ଘଟଣା ନେଲା ନୂଆ ମୋଡ଼! ଚିହ୍ନଟକାରୀଙ୍କ ବେକ କଟିଦେଲା ଅଭିଯୁକ୍ତ, ଆଉ ତାପରେ...

 

ମଞ୍ଚ ଉପରେ ପରିବେଷଣ କରୁଥିବା ବେଳେ ରାଜ୍ୟର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରେ ହୋଇଛି ପଥର ମାଡ଼। ତେବେ, ଏଭଳି ଅପ୍ରୀତିକର ପରିବେଶ ସୃଷ୍ଟି ହେବାପରେ ଏହି ଘଟଣାକୁ ନେଇ ସୁରଳ ଗ୍ରାମରେ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। ଟେକା ମାଡ଼ କରିଥିବା ଯୁବକଙ୍କୁ ଚିହ୍ନଟ କରିଥିବାରୁ ଜଣେ ବ୍ୟକ୍ତିଙ୍କ ତଣ୍ଟି କାଟିଦେଇଛି ଦୁର୍ବୁତ୍ତ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡ଼ିକାଲ ନିଆଯାଇଥିଲା। ତେବେ, ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି। ଏପର୍ଯ୍ୟନ୍ତ ସୁଦ୍ଧା ଉକ୍ତ ବ୍ୟକ୍ତିଙ୍କର ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି। ଏଥିନେଇ ଗ୍ରାମବାସୀଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଜାଗରଯାତ୍ରା ଅବସରରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁ ଯୋଗ ଦେଇଥିଲେ। ତେବେ, ସେଠାରେ ତାଙ୍କ ଉପରେ ଟେକା ମାଡ଼ ହେବାରୁ ସେ ଶୋକୁ ଅଧା ଛାଡ଼ି ଚାଲି ଯାଇଥିଲେ। ଏଥିନେଇ ଗାଁରେ ଆଜି ଗାଁରେ ଉକ୍ତ ଲୋକକୁ ଦଣ୍ଡବିଧାନ ଲାଗି ଗ୍ରାମସଭା ବସିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ, ଚିହ୍ନଟ କରିବାକୁ ପ୍ରୟାସ କରିଥିବା ଉକ୍ତ ବ୍ୟକ୍ତିଙ୍କୁ ଦୁର୍ବୁତ୍ତମାନେ ଆକ୍ରମଣ କରି ଏପରି ଅବସ୍ଥା କରିଥିବା ସୂଚନା ମିଳିଛି। ପୋଲିସ ଏତଲା ରୁଜୁ କରି ତଦନ୍ତ ଜାରି ରଖିଛି।