କିଆରୀ ଭିତରୁ ଆପତ୍ତିଜନକ ଅବସ୍ଥାରେ ପ୍ରେମୀଯୁଗଳଙ୍କୁ ଧରିଲେ ଗାଁ ଲୋକେ, ଆଉ ତାପରେ ଯାହା କଲେ ଦେଖନ୍ତୁ ଭିଡ଼ିଓ

 

ବିହାରର ସମସ୍ତୀପୁର ଜିଲ୍ଲାରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। ପ୍ରକୃତରେ ଏହି ଘଟଣାରେ ମକା ବିଲ ଭିତରୁ ଏକ ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ ଗାଁ ଲୋକେ। 

ପ୍ରେମୀଯୁଗଳଙ୍କୁ ଏପରି ଅବସ୍ଥାରେ ଧରିବା ପରେ ଗାଁ ଲୋକେ ସେମାନଙ୍କ ଉପରେ ଆରମ୍ଭ କରିଥିଲେ ଅକଥନୀୟ ଅତ୍ୟାଚାର। ଏହି ଘଟଣା ବିଷୟରେ ପୋଲିସକୁ ଅବଗତ କରାଇବା ପରିବର୍ତ୍ତେ ଗାଁ ଲୋକେ ସେମାନଙ୍କୁ ଏକ ଗଛରେ ବାନ୍ଧି ନିର୍ମମ ଭାବରେ ପିଟୁଥିବାର ଦେଖିବାକୁ ମିଳିଥିଲା। 

ଖବର ମୁତାବକ ଯୁବକ ଜଣକ ଉକ୍ତ ଗ୍ରାମକୁ ଚୁଡ଼ି ବିକିବାକୁ ଆସିଥାନ୍ତି। ଚୁଡ଼ି ବିକୁଥିବା ବେଳେ ଉକ୍ତ ଯୁବତୀଙ୍କ ସହ ତାଙ୍କର ଦେଖା ହୋଇଥିଲା ଏବଂ ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। 

ଏହା ବିଷୟରେ ଜଣାପଡିବା ପରେ ଯୁବତୀଙ୍କ ଘର ଲୋକେ ବିରୋଧ କରିଥିଲେ। ତେଣୁ ଘଟଣା ଦିନ ଏହି ପ୍ରେମୀଯୁଗଳ ଏକାନ୍ତରେ ମକା ବିଲ ଭିତରେ ଦେଖା କରିବାକୁ ଯାଇଥିଲେ ଯେଉଁଠାରୁ ଗାଁ ଲୋକେ ସେମାନଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ସେଠାରେ ଥିବା କିଛି ଲୋକେ ଏହାର ଭିଡିଓ କରି ଭାଇରଲ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।