ରସିକିଆ ବାବାର ଅଜବ୍ କାଣ୍ଡ ! ୫ ଜଣଙ୍କ ପରେ ଆଉ ଜଣେ ମହିଳାଙ୍କୁ ବିବାହ କରୁଥିଲା, ହଠାତ ହେଲା କିଛି ଏପରି ଯେ ଖୋଲିଲା ଗୁମର

 

ୟୁପିର କାନପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ପୋଲିସ ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିଛି ​​ଯିଏ ପାଞ୍ଚଟି ବିବାହ କରିବା ପରେ ଷଷ୍ଠ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ। ତେବେ ଠିକ୍ ସମୟରେ ବାବାଙ୍କ ଅସଲ ମୁଖା ଖୋଲିଯିବା ପରେ ତାଙ୍କୁ ପୋଲିସ ଗିରଫ କରି ଜେଲକୁ ପଠାଇ ଦେଇଛି।

ମୂଳତଃ ଶାହାଜାହାନପୁରର ନିବାସୀ ଏହି ବାବାଙ୍କ ନାମ ଚେତନ କ୍ୟାଥେରିଆ ଅଟେ। ଏହି କପଟୀ ବାବା ପୂର୍ବରୁ ୫ଟି ବିବାହ କରିସାରିଥିଲେ ଏବଂ ଷଷ୍ଠ ପାଇଁ ପ୍ରସ୍ତୁତ ହେଉଥିଲେ। ଶେଷ ଅଥବା ପଞ୍ଚମ ଥର ପାଇଁ ସେ ଶ୍ୟାମ ନାଗର ପୋଲିସ ଷ୍ଟେସନ ଅନ୍ତର୍ଗତ ଚାକେରୀ ଅଞ୍ଚଳର ଜଣେ ମହିଳାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଏହି ଠକ ବାବା ତାଙ୍କ ପଞ୍ଚମ ପତ୍ନୀଙ୍କୁ ହଇରାଣ କରିବା ଆରମ୍ଭ କରିଥିଲେ, ଯେଉଁଥିପାଇଁ ମହିଳା ଜଣକ ମେ ୧୧ ତାରିଖରେ ଚାକେରୀ ପୋଲିସ ଷ୍ଟେସନରେ ଏତଲା ଦେଇଥିଲେ।

ଯେତେବେଳେ ପୋଲିସ ଏହି ଘଟଣାର ଅନୁସନ୍ଧାନ କରିଥିଲା, ସେତେବେଳେ ଏହି ବାବାଙ୍କ ସମ୍ପୂର୍ଣ୍ଣ କଳା କାରନାମା ସାମ୍ନାକୁ ଆସିଥିଲା ଏବଂ ପୋଲିସ ତାଙ୍କୁ ଶୁକ୍ରବାର ଗିରଫ କରିଥିଲା। ଅଧିକ ତଦନ୍ତ ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ଏହି ଠକ ବାବା ଶାହାଜାହାନପୁରର ନିଗୋହି ପୋଲିସ ଷ୍ଟେସନ ଅଞ୍ଚଳରେ ମା କାମାକ୍ଷା ବନଞ୍ଜାରା ବାବା କଲ୍ୟାଣ ସେବା ଟ୍ରଷ୍ଟ ନାମରେ ଏକ ତନ୍ତ୍ରମନ୍ତ୍ର ଆଡ୍ଡା ଖୋଲିଥିଲେ। ସେଠାକୁ ଆସୁଥିବା ମହିଳା ଓ ଝିଅମାନଙ୍କୁ ଶୋଷଣ କରାଯାଉଥିଲା। ଏହା ବ୍ୟତୀତ,ଏହି ବାବାଙ୍କର ମ୍ୟାଟ୍ରିମୋନିଆଲ୍ ସାଇଟରେ ଅନେକ ପ୍ରୋଫାଇଲ୍ ରହିଥିଲା ଯାହା ସାହାଯ୍ୟରେ ସେ ଝିଅମାନଙ୍କୁ ନାମ, ଧର୍ମ, ଜାତି ବଦଳାଇ ବିବାହ କରି ପରେ ଶାରୀରିକ ନିର୍ଯାତନା ଏବଂ ଟଙ୍କା ଠକିବା ପରେ ଛାଡ଼ିଦେଉଥିଲା।

ପୋଲିସ କହିବା ଅନୁଯାଇ ଅଭିଯୁକ୍ତ ଲକି ପାଣ୍ଡେ ନାମରେ ଏକ ମାଟ୍ରିମୋନିଆଲ ସାଇଟରେ ପ୍ରୋଫାଇଲ୍ ଖୋଲିଥିଲେ। ଯେଉଁଥିରୁ ସେ ପ୍ରାୟ ୩୨ ଜଣ ଝିଅଙ୍କ ସହ ଚାଟିଂ କରୁଥିଲା। ଏହାର ରେକର୍ଡ ମଧ୍ୟ ପୋଲିସକୁ ମିଳିଛି। ଝିଅମାନଙ୍କ ସହ ଚାଟିଂରେ କରିବା ବେଳେ ଅଭିଯୁକ୍ତ ନିଜକୁ ଶିକ୍ଷକ, ହୋଟେଲ ମାଲିକ ଇତ୍ୟାଦି କହି ସେମାନଙ୍କୁ ଫସାଉଥିଲା। ଏପରିକି ମାତ୍ର ଅଷ୍ଟମ ପର୍ଯ୍ୟନ୍ତ ପଢିଥିବା ବାବା ଅନୁଜ ନିଜକୁ ବି.ଏସ୍.ସି ପାସ୍ ବୋଲି କହି ଇଂରାଜୀରେ ଚାଟ୍ କରୁଥିଲା ବୋଲି ଜଣାପଡିଛି।

ଆହୁରିମଧ୍ୟ ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ ସେ ତାର ସାନଭାଇଙ୍କ ପତ୍ନୀଙ୍କୁ ବଳାତ୍କାର କରିଥିଲା। ପୀଡିତା ଜଣକ ୨୦୧୮ ରେ ଶାହାଜାହାନପୁରର ନିଗୋହି ପୋଲିସ ଷ୍ଟେସନରେ ଏକ ବଳାତ୍କାର ମାମଲା ଦାୟର କରିଥିଲେ। ଏହି ମାମଲାରେ ପୋଲିସ ବାବାଙ୍କୁ ଗିରଫ କରିଥିଲା ଯାହାର ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଛି।