ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଏହି ଅଭିନେତ୍ରୀ, କହିଲେ,"ମଦ ପିଇ ଆସି ମୋ ଚୁଟି ଧରି..."

 

ଦୁଷ୍କର୍ମ ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଚର୍ଚ୍ଚିତ ଭୋଜପୁରୀ ଅଭିନେତ୍ରୀ ପ୍ରିୟାନସୁ ସିଂ। ସାଥି ତଥା କୋ ଆକ୍ଟର୍ ପୁନିତ ସିଂ ରାଜପୁତ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି ବଳାତ୍କାର କରି ଆସୁଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ସେ ତାଙ୍କ ସହିତ ଅସ୍ୱାଭାବିକ ଶାରୀରିକ ସମ୍ପର୍କ ରଖିବାକୁ ମଧ୍ୟ ଚେଷ୍ଟା କରିଥିବା କୁହାଯାଉଛି।

ଅଭିନେତ୍ରୀଙ୍କ କହିବା ଅନୁଯାଇ ତାଙ୍କର ପୁନିତଙ୍କ ସହିତ ସୋସିଆଲ ମିଡିଆ ମାଧ୍ୟମରେ ଦେଖା ହୋଇଥିଲା। ପ୍ରଥମେ ପ୍ରଥମେ ସେ ବହୁତ ଭଲ ବ୍ୟବହାର କରିବା ସହିତ ତାଙ୍କର ବିଶ୍ୱାସ ଜିତି ନେଇଥିଲେ।

ଏପରିକି ତାଙ୍କ ମାଧ୍ୟମରେ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ମଧ୍ୟ ପାଦ ଥାପିଥିଲେ। ପୁନିତ ପାଖରେ ରହୁଥିବା ହେତୁ ତାଙ୍କ ଘରକୁ ମଧ୍ୟ ଆସୁଥିଲେ।

<a href=https://youtube.com/embed/jKsh9D_r7ds?autoplay=1&mute=1><img src=https://img.youtube.com/vi/jKsh9D_r7ds/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଦିନେ ଘରେ କେହି ନଥିବା ବେଳେ ପୁନିତ ନିଶାସକ୍ତ ଅବସ୍ଥାରେ ପଶି ଆସିବା ସହିତ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏଥିନେଇ ଥାନାରେ ଅଭିଯୋଗ କରିବାକୁ କହିବାରୁ ପୁନିତ ଅଭିନେତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇବା ସହିତ ଦୀର୍ଘ ଦୁଇ ବର୍ଷ ଧରି ବାରମ୍ବାର ବଳାତ୍କାର କରି ଆସୁଥିବା କୁହାଯାଉଛି। ଶେଷରେ ଅଭିନେତ୍ରୀ ଜଣକ ଏବେ ପୋଲିସ ଆଗରେ ଲିଖିତ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ:- ଶାରୀରିକ ସମ୍ବନ୍ଧ ବେଳେ ଏହି ୫ଟି ଭୁଲ୍ ହୋଇପାରେ ମୃତ୍ୟୁର କାରଣ, କେବେବି କରନ୍ତୁ ନାହିଁ ଏପରି