ଘରେ ଜବରଦସ୍ତି ପୁରେଇ ଅଙ୍ଗନବାଡି ଦିଦିଙ୍କ ସହ ଦୁଷ୍କର୍ମ କଲେ ସାର, ଥାନାରେ ହେଲା ବଡ଼ ଅଭିଯୋଗ

 

ଆଜିକାଲି ପ୍ରାୟତଃ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି। ସମସ୍ତେ ପ୍ରାୟ ସୋସିଆଲ ମିଡିଆ ରେ ସମୟ ଦେଇଥାନ୍ତି। ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାଉଁଶୁଣି ପଞ୍ଚାୟତର ଜଣେ ଅଙ୍ଗନବାଡି କର୍ମୀଙ୍କୁ ସେହି ଗ୍ରାମର ଘନଶ୍ୟାମ ମୁଦୁଲି ଓ ଏକାଦଶୀଆ ମଲ୍ଲିକ ଦୁ-ଷ୍କ-ର୍ମ ଉଦ୍ୟମ ଓ ହ-ତ୍ୟା ଧମକ ଦେଇଥିବା ବିନିକା ଥାନାରେ ଅଭିଯୋଗ ହେଇଛି। ଅଙ୍ଗନବାଡି କର୍ମୀ ବିନିକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। 

ଅଙ୍ଗନବାଡି କର୍ମୀ ଜଣଙ୍କ ଜଣେ ବିଧବା ମହିଳା ଓ ଅଙ୍ଗନବାଡି ଘରନଥିବାରୁ ସେ ନିଜେ ଘରେ ଅଙ୍ଗନବାଡ଼ି କେନ୍ଦ୍ର ଚଳାଉଥିଲେ। ଗତ ଜୁନ ମାସ ୧୯ ତାରିଖରେ ସନ୍ଧ୍ୟା ୮ଟା ସମୟରେ ବାଉଁଶୁଣି ଗ୍ରାମର ଘନଶ୍ୟାମ ମୁଦୁଲି ଓ ଏକାଦଶୀଆ ମଲ୍ଲିକ ଅଙ୍ଗନବାଡି କର୍ମୀଙ୍କ ଘରକୁ ଆସି କବାଟ ବାଡେଇଥିଲେ। 

ଘନଶ୍ୟାମ ମୁଦୁଲି ଅଙ୍ଗନବାଡି କର୍ମୀଙ୍କ ଘରେ ପସି ମହିଳାଙ୍କୁ ଟଣାଟଣି କରିବା ସହ ଦୁ-ଷ୍କ-ର୍ମ ଉଦ୍ୟମ କରିଥିଲେ। ଆଉ ଏହି କଥା କାହାକୁ କହିଲେ ହ-ତ୍ୟା କରିବାକୁ ଧମକ ଦେଇଥିବା ମହିଳା ଜଣଙ୍କ ଥାନାରେ ଅଭିଯୋଗ ଦେଇଛନ୍ତି । 

ମହିଳା ଜଣଙ୍କ କୌଶଳକ୍ରମେ ଘର ପଛପଟୁ ବାହାରି ଯାଇ ପାଟି କରିବାରୁ ଗାଁ ଲୋକେ ରୁଣ୍ଡ ହେଇଯାଇଥିଲେ। ଫଳରେ ଅଭିଯୁକ୍ତ ମାନେ ସେଠାରୁ ଖସି ପଳାଇ ଯାଇଥିଲେ। ମହିଳା ଜଣଙ୍କ ମିନିକା ଥାନାରେ ଅଭିଯୋଗ କରିଥିଲେ। ମୁଖ୍ୟଅଭିଯୁକ୍ତ ଘନଶ୍ୟାମ ମୁଦୁଲି ନକଟାମୁଣ୍ଡା ସ୍କୁଲରେ ଶିକ୍ଷକ ଅଛନ୍ତି। ତାଙ୍କୁ ଶୀଘ୍ର ଚାକିରୀରୁ ବହିଷ୍କାର କରିବା ସହ ଆଇନ ଅନୁଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି ରହିଛି ।