ପୁରୁଷ ସାଙ୍ଗ ଲିପ୍ଟ ଦେବାରୁ ସ୍ତ୍ରୀକୁ ନିସ୍ତୁକ ମାଡ଼, ୭ ଘଣ୍ଟା ଧରି ଗଛରେ ବାନ୍ଧି ରଖି ଅତି ନିର୍ଦ୍ଦୟ ଭାବେ ପିଟି ଚାଲିଲା ସ୍ୱାମୀ, ଦେଖନ୍ତୁ ଭିଡ଼ିଓ

 

ପରକୀୟା ପ୍ରୀତି ସନ୍ଦେହରେ ମହିଳାଙ୍କୁ ଅତ୍ୟାଚାରର ସାଙ୍ଘାତିକ ଦୃଶ୍ୟ। ଦୀର୍ଘ ୭ ଘଣ୍ଟା କାଳ ଗଛରେ ବାନ୍ଧି ପିଟିଲା ସ୍ୱାମୀ। ରାଜସ୍ଥାନର ବାଂସଓ୍ଵାଡା ଜିଲ୍ଲାରୁ ଏଭଳି ଏକ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ସହିତ ଶାଶୂଘରର ଅନ୍ୟ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାଇ ୬ ଦିନ ତଳେ ମହିଳା ଜଣକ କୌଣସି ଏକ କାମରେ ନିଜ ମାଉସୀ ଶାଶୂଙ୍କ ଘରକୁ ଯାଉଥିଲେ। ରାସ୍ତାରେ ଯାଉଥିବା ବେଳେ ଦେବୀଲାଲ୍ ନାମକ ତାଙ୍କର ଜଣେ ସାଙ୍ଗ ଭେଟ ହୋଇ ଯାଇଥିଲେ। ଦେବୀଲାଲ୍ ପେସାରେ ଜଣେ ଡ୍ରାଇଭର ହୋଇଥିବା ବେଳେ ଲିଫ୍ଟ ଅଫର କରିଥିଲେ। ମହିଳା ଜଣକ ତାଙ୍କ ସାଙ୍ଗରେ ହିଁ ମାଉସୀ ଶାଶୂଙ୍କ ଘରେ ପହଞ୍ଚିଥିଲେ।

<a href=https://youtube.com/embed/FugfcsHsi-Y?autoplay=1><img src=https://img.youtube.com/vi/FugfcsHsi-Y/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">  ସେଠାରେ ପହଞ୍ଚିବା ପରେ ତାଙ୍କ ସ୍ୱାମୀ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ସେଠାରୁ ଜବରଦସ୍ତ ଜିପରେ ବସାଇ ଶାଶୂଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବା ପରେ ସ୍ତ୍ରୀକୁ ଏକ ଗଛରେ ବାନ୍ଧି ଦୀର୍ଘ ୭ ଘଣ୍ଟା ଧରି ବାଡ଼ିରେ ନିସ୍ତୁକ ପିଟିଥିଲେ। ଏପରିକି ସେମାନେ ଡ୍ରାଇଭର ଦେବୀଲାଲଙ୍କୁ ମଧ୍ୟ ଉଠାଇ ଆଣି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ମାମୁଁ ଶ୍ୱଶୁରଙ୍କର ଦୁଇ ପୁଅଙ୍କ ସମେତ ଅନ୍ୟ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଭାଇରାଲ ଭିଡ଼ିଓକୁ ଆଧାର କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଚିହ୍ନଟ କରାଯାଇଛି।tree ku mada image widgettree ku mada image widgetStree ku mada image widget