ବୁଲେଇ ନେବା ବାହାନା କରି ଭାଉଜକୁ ଦିଲ୍ଲୀ ଆଣି ଦୁଷ୍କର୍ମ କଲା ଦିଅର, ଷ୍ଟେସନରେ ଏକୁଟିଆ ଛାଡ଼ିଦେଲା ଭାଉଜକୁ, ଆଉ ତାପରେ...

 

ଝାଡ଼ଖଣ୍ଡ ରାଞ୍ଚିର ଜଣେ ମହିଳା ତାଙ୍କ ଦିଅରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ଏଥିନେଇ ସେ ପୋଲିସ ଷ୍ଟେସନରେ ଏଫଆଇଆର ମଧ୍ୟ ଦାଖଲ କରିଛନ୍ତି। ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ଭାଉଜଙ୍କୁ ବୁଲାଇ ନେବାର ବାହାନା କରି ପ୍ରଥମେ ପାଟନା ଏବଂ ଦିଲ୍ଲୀକୁ ନେଇ ଯାଇଥିଲେ ଏବଂ ପରେ ତାଙ୍କୁ ଦିଲ୍ଲୀର ଏକ ଭଡା ଘରେ ବଳାତ୍କାର କରିଥିଲେ।

 

ଏହା ପରେ ତାଙ୍କୁ କୋଲକାତା ଅଣାଯାଇଥିଲା ଏବଂ ସେଠାରୁ ରାଞ୍ଚି ରେଳ ଷ୍ଟେସନ ଛାଡି କେଉଁଆଡ଼େ ପଳାଇ ଯାଇଥିଲେ। କେବଳ ଏତିକି ନୁହେଁ ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଦିଅର। ଏଥିନେଇ ମହିଳା ଜଣକ ଆଗ୍ରା ପୋଲିସ ଷ୍ଟେସନରେ ପହଞ୍ଚି ମାମଲା ଦାୟର କରିଛନ୍ତି। ପିଡ଼ିତାଙ୍କ ଅଭିଯୋଗ ଅନୁଯାଇ ଅଭିଯୁକ୍ତ ଦିଅର ପ୍ରାୟତଃ ତାଙ୍କ ଘରକୁ ଯିବା ଆସିବା କରୁଥିଲେ।

୨୮ ମାର୍ଚ୍ଚ ଦିନ ସେ ବୁଲିବା ପାଇଁ ତାଙ୍କୁ ଡାକିଥିଲେ ଏବଂ ସେହିଦିନ ଅପରାହ୍ନ ୩ ଟା ସମୟରେ ସେମାନେ ବୁଲିବା ପାଇଁ ବାହାରି ଯାଇଥିଲେ। ଏହା ପରେ ସେମାନେ ବସ୍ ଓ ପରେ ଟ୍ରେନ ଯୋଗେ ଦିଲ୍ଲୀ ପହଞ୍ଚିଥିଲେ ଯେଉଁଠାରେ ପୀଡିତା ବଳାତ୍କାରର ଶିକାର ହୋଇଥିଲେ। ଦିଲ୍ଲୀରୁ ସେମାନେ କୋଲକାତାରେ ପହଞ୍ଚିଥିଲେ ସେଠାରେ ମଧ୍ୟ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ପୀଡିତା କହିଛନ୍ତି। ବାରମ୍ବାର ଘରକୁ ଯିବା ପାଇଁ ଜିଦ୍ କରିବାରୁ ଏପ୍ରିଲ ୪ ତାରିଖରେ ଅଭିଯୁକ୍ତ ତାଙ୍କୁ କାହାକୁ କିଛି ନ କହିବାକୁ ଧମକ ଦେବା ସହିତ ରାଞ୍ଚି ରେଳ ଷ୍ଟେସନରେ ଛାଡି ପଳାଇ ଯାଇଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି।